fbpx

SBI, HDFC ଓ ICICI ଗ୍ରାହକ ହେବେ ମାଲାମାଲ! ଅର୍ଥମନ୍ତ୍ରୀ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଯଦି ଆପଣ ବ୍ୟାଙ୍କରୁ ଲୋନ୍ ନେବାକୁ ଯୋଜନା କରୁଛନ୍ତି, ତେବେ ଏଣିକି ଲୋନ୍ ନେବା ଆପଣଙ୍କ ପାଇଁ ସହଜ ହୋଇପାରେ । ବାସ୍ତବରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ୍ ଦେଇଛନ୍ତି । ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଅଧିକ ସହଜ କରିବାକୁ ବ୍ୟାଙ୍କଗୁଡିକ ନିର୍ଦ୍ଦେଶ ଦେଇଛନ୍ତି ନିର୍ମଳା ସୀତାରମଣ ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଗ୍ରାହକଙ୍କ ସୁବିଧା ଉପରେ ବ୍ୟାଙ୍କଗୁଡିକ ଅଧିକ ଧ୍ୟାନ ଦେବା ଆବଶ୍ୟକ, ଯାହାଦ୍ୱାରା ଲୋନ୍ ନେଇଥିବା ବ୍ୟକ୍ତିଙ୍କ ପାଇଁ ଏହାର ପ୍ରକ୍ରିୟା ସହଜ ହୋଇପାରିବ । ଏହି ଲୋକମାନେ ବ୍ୟାଙ୍କ ସହିତ ଅଧିକରୁ ଅଧିକ ଯୋଡି ହୋଇ ରହିବାକୁ ସମର୍ଥ ହେବେ ।

ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡିକୁ ପରାମର୍ଶ ଦେଇଛନ୍ତି ଯେ, ଲୋନ୍ ପ୍ରଦାନର ମାନକୁ ସୁସ୍ଥ ରଖିବା ଉଚିତ, ଯାହା ଦ୍ୱାରା ସାଧାରଣ ଲୋକଙ୍କ ପାଇଁ ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ କାର୍ଯ୍ୟ ସହଜ ହୋଇପାରିବ । ତେବେ କିଛି ଦିନ ପୂର୍ବରୁ ଶିଳ୍ପ ପ୍ରତିନିଧୀ ଏବଂ ଅର୍ଥମନ୍ତ୍ରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପରାମର୍ଶ ଦିଆଯାଇଥିଲା । ଅର୍ଥମନ୍ତ୍ରୀ ଏହି ପ୍ରସ୍ତାବଗୁଡ଼ିକ ଉପରେ କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କଗୁଡ଼ିକୁ କହିଛନ୍ତି । ଅର୍ଥମନ୍ତ୍ରୀଙ୍କ ଏହି ପରାମର୍ଶକୁ ଅନୁସରଣ କରି SBI, HDFC, ICICI ସମେତ ସମସ୍ତ ବ୍ୟାଙ୍କର ଗ୍ରାହକମାନେ ଉପକୃତ ହେବେ ।

Get real time updates directly on you device, subscribe now.