fbpx

ରାଜ୍ୟରେ ମଦ ନେଇଛି ୫୦ଜୀବନ, ନିର୍ବାଚନ ବେଳେ ବିଷାକ୍ତ ମଦ ପିଇ ମରିଛନ୍ତି ୯ ଜଣ

ଭୁବନେଶ୍ୱର: ବିଷାକ୍ତ ମଦ ପିଇବା ଦ୍ୱାରା ରାଜ୍ୟରେ ଯାଇଛି ୫୦ ଜଣଙ୍କର ଜୀବନ। ଏନେଇ ଶନିବାର ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶ୍ବିନୀ ପାତ୍ର। ରାଜ୍ୟରେ ମଦ ପିଇବା ଦ୍ୱାରା କେତେଜଣଙ୍କ ଜୀବନ ଯାଇଛି ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଜାଣିବାକୁ ଚାହିଁଥିଲେ। ବିଧାନସଭାରେ ସାଲୁଜା ପଚାରିଥିବା ଏହି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଅଶ୍ବିନୀ ପାତ୍ର କହିଥିଲେ, ୨୦୧୦ରୁ ୨୦୨୨ ମଧ୍ୟରେ ଯେଉଁମାନେ ବିଷାକ୍ତ ମଦ ପିଇବା ଦ୍ଵାରା ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ସଂଖ୍ୟା ୫୦। ଏହାସହ ଭଦ୍ରକ ମଦ ମୃତ୍ୟୁ କଥାକୁ ସେ ସ୍ବୀକାର କରିଛନ୍ତି। ନିର୍ବାଚନ ବେଳେ ବିଷାକ୍ତ ମଦ ପିଇ ଭଦ୍ରକ ଜିଲାର ୯ ଜଣ ପ୍ରାଣ ହରାଇଛନ୍ତି।

ସେହିପରି ୨୦୧୧-୧୯ରେ କଟକ ମଦ ମୃତ୍ୟୁରେ ୪୧ ଜଣ ପ୍ରାଣ ହରାଇଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡିକରେ କେବଳ ସରକାରଙ୍କ ଦ୍ବାରା ଅନୁମୋଦିତ ଓ ପରୀକ୍ଷିତ ମଦ ବିକ୍ରି କରିବା ପାଇଁ ଲାଇସେନ୍ସ ଦିଆଯାଇଥାଏ। ଯଦି କୌଣସି ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ବିଷାକ୍ତ ଦ୍ରବ୍ୟର ଉପସ୍ଥିତି ଓ ଉପାଦାନ ସମ୍ପର୍କରେ ଧରାପଡେ ଏବଂ ରସାୟନିକ ପରୀକ୍ଷଣ ପରେ ଯଦି ବିଷାକ୍ତ ଦ୍ରବ୍ୟର ଉପସ୍ଥିତି, ଉପାଦାନ ସମ୍ପର୍କରେ ପ୍ରମାଣ ହସ୍ତଗତ ହୁଏ ତେବେ ୧୦ ଲକ୍ଷ ଟଙ୍କାର ଜରିମାନା ସହ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବ୍ୟବସ୍ଥା ରହିଛି।

Get real time updates directly on you device, subscribe now.