fbpx
BJD SKY
BJD SKY

(Video) ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ଓ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ମନ୍ତ୍ରୀଙ୍କ ମଧ୍ୟରେ ଫାଇଟ୍: ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର

BJD

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରୁ ଏକ ନୂଆ ରାଜନୈତିକ ଘଟଣା ମାମଲା ସାମ୍ନାକୁ ଆସିଛି । ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ଆସନକୁ ନେଇ ବିଜେପି ଓ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଛି । ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଓ ଶିବରାଜଙ୍କ ସରକାରର ମନ୍ତ୍ରୀ ଭୂପେନ୍ଦ୍ର ସିଂହଙ୍କ ମଧ୍ୟରେ ଧକ୍କା ମରାମରି ଦେଖିବାକୁ ମିଳିଥିଲା ।

ଭୋପାଳରେ ଆଜି ସକାଳୁ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ବାହାରେ ହଙ୍ଗାମା ଦେଖିବାକୁ ମିଳିଥିଲା । ସେଠାରେ ବହୁ ସଂଖ୍ୟାରେ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନର ଠିକ୍ ପୂର୍ବରୁ କିଛି କଂଗ୍ରେସ ସଦସ୍ୟ ନିଜର ମତ ବଦଳାଇ ଦେଇଥିଲେ । ଏହି ଖବର ପାଇବା ପରେ ଦିଗବିଜୟ ସିଂହ, ପୂର୍ବ କେନ୍ଦ୍ରମନ୍ତ୍ରୀ ସୁରେଶ ପଚୌରୀ, କଂଗ୍ରେସ ବିଧାୟକ ପିସି ଶର୍ମା, ଆରିଫ ମସୁଦଙ୍କ ସହ ଶହ ଶହ କାର୍ଯ୍ୟକର୍ତ୍ତା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ହଙ୍ଗାମା କରିଥିଲେ ।

ଅନ୍ୟପଟେ ଏହି ସମୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ କ୍ୟାବିନେଟର ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଓ ହୁଜୁର ବିଧାୟକ ରାମେଶ୍ୱର ଶର୍ମା ନିର୍ବାଚନ ପାଇଁ ସଦସ୍ୟଙ୍କୁ ନେଇ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ପହଞ୍ଚିଥିଲେ । ଏହାପରେ ଦିଗବିଜୟଙ୍କ ସମେତ କିଛି ନେତା ଗାଡ଼ି ଆଗରେ ଛିଡ଼ା ହୋଇଯାଇଥିଲେ ଓ ମନ୍ତ୍ରୀଙ୍କ ଗାଡ଼ିକୁ ଆଗକୁ ଯିବାକୁ ଦେଇ ନଥିଲେ । ଏହାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଦୀର୍ଘ ସମୟ ଧରି ହଙ୍ଗାମା ଚାଲିଥିଲା । ଏନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି । ତେବେ ଶେଷରେ ବିଜେପିର ରାମକୁଅଁର ଗୁର୍ଜର କଂଗ୍ରେସର ରଶିମ ଭାର୍ଗବଙ୍କୁ ହରାଇ ଭୋପାଳ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ଆସନ ଜିତିଥିଲେ ।

Get real time updates directly on you device, subscribe now.