fbpx

ଫେରି ଆସିଲେ ଡାଇନୋସର! କ୍ୟାମେରା ସାମନାରେ ଏହି ଜୀବକୁ ଦେଖି ଭୟରେ ଲୋକେ

ଓଡିଶା ଭାସ୍କର: ଡ୍ରାଗନ ଝିଟିପିଟି, ଶିକାର କରିବା ସମୟରେ ଏହା ନିଜର ସାଦାରଣ ରୂପଠାରୁ ଖୁବ ଭୟଙ୍କର ରୂପରେ ଦେଖାଦେଇଥାଏ । ଶିକାରୀମାନଙ୍କୁ ଡରାଇବା ପାଇଁ ନିଜ ବେକ ପାଖରେ ଥିବା କଞ୍ଚା ଚର୍ମକୁ ଉଠାି ଦେଇଥାଏ । ଯାହା ଏହି ଜୀବକୁ ଦେଇଥାଏ ଏକ ଭୟାନକ ରୂପ । ନିଜ ବେକର ପାଖ ତ୍ୱଚାର ଅତିରିକ୍ତ ପ୍ରାଲମ୍ବକୁ ଉଠାଇବା ପାଇଁ ବେଶ୍ ଜଣାଶୁଣା । ତେବେ ଏପରି ଜୀବ ଉତ୍ତର ଅଷ୍ଟ୍ରେଲିଆ କିମ୍ବା ନ୍ୟୁ ଗିନି ଅଞ୍ଚଳରେ ଦେଖାଯାଇଥାନ୍ତି । ତେବେ ଏହାର ଭୟାନକ ରୂପ ଦେଖି ଏହା ଶିକାରୀମାନଙ୍କ ଉପରକୁ ବିଷ ଫିଙ୍ଗିଥାଏ କିମ୍ବା ବିଷାକ୍ତ ହୋଇଥାଏ ବୋଲି ଲୋକମାନଙ୍କ ମନରେ ଆଶଙ୍କା ରହିଛି । ଏପରିକି ଲୋକମାନେ ଏହାକୁ ଜୁରାସିକ ପାର୍କର ଡାଇନୋସର ବୋଲି ମଧ୍ୟ କହିଛନ୍ତି ।

ତେବେ ଆମେରିକାର ରେପ୍ଟାଇଲ ଜୁ ପ୍ରେହିଷ୍ଟୋରିକ ଇଙ୍କର ସଂସ୍ଥାପକ ତଥା ଅଧ୍ୟକ୍ଷ ଜୟ ବ୍ରିୱର ଏ ନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଅଷ୍ଟ୍ରେଲିଆରୁ ଅଣାଯାଇଥିବା ଏକ ଝିଟିପିଟି ସମ୍ପର୍କରେ ଦର୍ଶକଙ୍କୁ ଜଣାଇଛନ୍ତି । ଏହି ଭିଡିଓରେ ସେ ୨ଟି ଫ୍ରିଲ୍ଡ ଡ୍ରାଗନ ଧରିଥିବା ଦେଖାଯାଇଛି । ଜୟ ଏହି ଭିଡିଓରେ କ୍ୟାପ୍ସନରେ ଲେଖିଛନ୍ତି ଯେ, ଯେମିତି ଆମେ ପ୍ରାୟତଃ ଫିଲ୍ମରେ ଦେଖିଥାଉ, ଫ୍ରିଲ୍ଡ ଡ୍ରାଗନ ନିଶ୍ଚିତ ଭାବରେ ଅବିକଳ ସେହିଭଳି ହିଁ ଦେଖାଯାଏ । ତେବେ ସେମାନେ ଏହାକୁ ଏକ ବିଶାଳକାୟ ଝିଟିପିଟି ଭାବେ ଦେଖାଇଥାନ୍ତି । ତେବେ ଏମାନେ ପ୍ରକୃତରେ ସେମିତି ନୁହଁନ୍ତି ।

ତେବେ ଏହି ଭିଡିଓ ଏବେ ଇନଷ୍ଟାଗ୍ରାମରେ ଟ୍ରେଣ୍ଡର ରୂପ ନେଇଛି । ୨୫୯ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଦେଖି ସାରିଥିବା ବେଳେ ୧୨ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରି ସାରିଛନ୍ତି । ଏହି ଭିଡିଓରେ ଏହା ଡ୍ରାଗନ ନା ଡାଇନୋସର ବୋଲି ଲୋକମାନେ କମେଣ୍ଟରେ ପ୍ରଶ୍ନ କରିଛନ୍ତି । ତେବେ କେହି ଜଣେ ଏହାକୁ ‘ଡାଇଲୋଫୋସରସ’ ବୋଲି କହିଛନ୍ତି । ଏହି ଜୀବ ଥରେ ଜଣେ ବ୍ୟକ୍ତିଙ୍କୁ ବିଷ ଦ୍ୱାରା ଆକ୍ରମଣ କରିଥିଲା ।

Get real time updates directly on you device, subscribe now.