fbpx

ସେନସେକ୍ସ ଟପିଲା ୭୦୦ ପଏଣ୍ଟ, ଶେୟାର ବଜାରରେ ଉତ୍ସାହ, ତିନି ମାସରେ ସବୁଠୁ ଉଚ୍ଚ ସ୍ତରରେ..

ନୂଆଦିଲ୍ଲୀ: ଲଗାତାର ତୃତୀୟ ଦିନରେ ସେୟାର ବଜାରରେ ସ୍ଥିତି ଉତ୍ସାହଜନକ ରହିଛି । ଆଜି ବିଏସଇର ସବୁ ସେକ୍ଟରର ଇଣ୍ଡେକ୍ସରେ କିଣାବିକା ହୋଇଛି । ମେଟାଲ, ଏନର୍ଜୀ ଏବଂ ଆଇଟି ସେକ୍ଟରରେ ଅଧିକ କିଣାବିକା ଦେଖିବାକୁ ମିଳିଥିଲା ।

ସୁଧ ହାରରେ ବୃଦ୍ଧି ଅନିଶ୍ଚିତତା ମଧ୍ୟରେ ସାରା ବିଶ୍ୱରେ ଷ୍ଟକ୍ ମାର୍କେଟରେ ବୃଦ୍ଧି ଘଟିଛି । ଘରୋଇ ଷ୍ଟକ୍ ମାର୍କେଟଗୁଡିକୁ ମଧ୍ୟ ଏହାର ଲାଭ ମିଳିଛି । ବିଶ୍ୱ ବଜାରରୁ ମିଳୁଥିବା ସପୋର୍ଟ ଏବଂ ସ୍ଥାନୀୟ ସ୍ତରରେ କିଛି ବଡ଼ କମ୍ପାନୀଙ୍କ ଶେୟାରର ଭଲ ପ୍ରଦର୍ଶନ ଯୋଗୁଁ ବିଏସଇ ସେନସେକ୍ସ ଏବଂ ଏନଏସଇ ନିଫ୍ଟୀ ଉଭୟ ଶୁକ୍ରବାର ଭଲ ପ୍ରଦର୍ଶନ କରିଛନ୍ତି । ଲଗାତାର ତୃତୀୟ ଦିନରେ ଜବରଦସ୍ତ ଉନ୍ନତି ଦେଖାଯିବା ସହ ବଜାର ଶୁକ୍ରବାର ଗତ ତିନି ମାସରେ ସବୁଠୁ ଉଚ୍ଚ ସ୍ତରରେ ପହଞ୍ଚିଛି ।

ଶୁକ୍ରବାର ମାର୍କେଟ୍ ବନ୍ଦ ହେବାବେଳକୁ ସେନସେକ୍ସ ୭୧୨.୪୬ ପଏଣ୍ଟ ଅର୍ଥାତ୍ ୧.୨୫ ପ୍ରତିଶତ ବଢ଼ି ୫୭,୫୭୦.୨୫ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିଭଳି ନିଫ୍ଟୀ ମଧ୍ୟ ୨୨୮.୬୫ ପଏଣ୍ଟ ବା ୧.୩୫ ପ୍ରତିଶି ବଢ଼ି ୧୭,୧୫୮.୨୫ ପଏଣ୍ଟରେ ବନ୍ଦ ହୋଇଥିଲା ।

ଶୁକ୍ରବାର କାରବାରେ ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସ, ଏଚଡିଏଫସି ଲାଇଫ୍ , ଟାଟା ଷ୍ଟିଲ୍, ସନ ଫାର୍ମା ଏବଂ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଙ୍କ ସେୟାରରେ ଉନ୍ନତି ଦେଖାଦେଇଥିଲା ଏମାନେ ଟପ୍ ଗେନରଙ୍କ ମଧ୍ୟରେ ରହିଥିଲେ । ସେହିପରି ଡ.ରେଡ୍ଡୀ ଲାବ୍ସ, କୋଟକ ମହିନ୍ଦ୍ରା ବ୍ୟାଙ୍କ୍, ଏସବିଆଇ, ଡିଭିସ ଲାବ୍ସ ଏବଂ ଆକ୍ସିସ ବ୍ୟାଙ୍କ୍ ଲୁଜର ରହିଥିଲେ ।

Get real time updates directly on you device, subscribe now.