fbpx

ସର୍ବସମ୍ମୁଖରେ ଦୁଇ ମହିଳାଙ୍କ ମହାସମର, କଥା କଟାକଟିରୁ ଚୁଟି ଧରାଧରି, ପୋଲିସ କଲା ହସ୍ତକ୍ଷେପ

ଭୁବନେଶ୍ଵର : ଜୟଦେବ ଭବନ ପାର୍କିଂରେ ରବିବାର ଦେଖିବାକୁ ମିଳିଛି ନାରୀସଶକ୍ତି କରଣର ଝଲକ। ଏକ ସାମାଜିକ ଘଟଣାକୁ ନେଇ ଦୁଇ ମହିଳା ସମାଜସେବୀଙ୍କୁ ଦେଖିବାକୁ ମିଳିଛି ମହିଁଶାସୁରମର୍ଦ୍ଦିନି ରୂପରେ । ଉଭୟଙ୍କ ମଧ୍ୟରେ ଗୋଟିଏ ଘଟଣାକୁ ନେଇ ମତଭେଦ ଏମିତି ଉଗ୍ର ରୂପ ନେଲା କି, ଉଭୟ ସର୍ବସମ୍ମୁଖରେ ହାତାହାତି, ଚୁଟି ଧରାଧରି ହେବାକୁ ପଛେଇଲେ ନାହିଁ । ଉଭୟଙ୍କ ଏହି ହାଇଡ୍ରାମା ଦେଖିବାକୁ ସେଠାରେ ଦୀର୍ଘ ସମୟ ଧରି ଜମିଥିଲା ଭିଡ ।

ଉଭୟ ନିଜକୁ ସମାଜସେବୀ ବୋଲି କହୁଛନ୍ତି। ଜଣେ ମହିଳା ଗଣମାଧ୍ୟମକୁ ବାଇଟ୍ ଦେଉଥିବା ବେଳେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ସେଠାରେ ପହଞ୍ଚିଥିଲା ପୋଲିସ। ଉଭୟଙ୍କୁ ବୁଝାସୁଝା କରାଯାଇଥିଲା। ସୋସିଆଲ ମିଡିଆରେ ପରସ୍ପର ପ୍ରତି ଆକ୍ଷେପ ପ୍ରତିଆକ୍ଷେପକୁ ନେଇ ଏହି ମାରପିଟ ହୋଇଥିବା ଜଣାପଡ଼ିଛି।

ଭରତପୁର ଥାନା ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏହି ଘଟଣା ହିଁ ଥିଲା ଉଭୟଙ୍କ ଚୁଟିଧରାଧରିର ମୂଳ କାରଣ। ଉଭୟଙ୍କ ମଧ୍ୟରୁ ଜଣେ ମହିଳା ଘଟଣାରେ ପୋଲିସକୁ ସମର୍ଥନ କରିଥିବା ବେଳେ ଆଉ ଜଣଙ୍କ ସମ୍ପୃକ୍ତ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ସମର୍ଥନ କରିଥିଲେ। ଏହାକୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଯୁକ୍ତିତର୍କ, କଥା କଟାକଟି ଲାଗି ରହିଥିଲା । ଆଜି ଯାହା ହାତାହାତି ପରିସ୍ଥିତିକୁ ଆସିଥିଲା ଜୟଦେବ ଭବନ ପାର୍କିଂରେ । ଜଣେ ଗଣମାଧ୍ୟମକୁ ବାଇଟ ଦେବା ବେଳେ ଅନ୍ୟଜଣେ ସେଠାରେ ପହଞ୍ଚି ଯାଇଥିଲେ । ତା ପରେ ଦୁର୍ଗା ଓ କାଳୀ ରୂପରେ ଉଭୟ ଉଭୟ ସହ ଲଢେଇ କରିଥିଲେ । ନିଜକୁ ସମାଜସେବୀ କହୁଥିବା ଏହି ଦୁଇମହିଳା ଭୁଲିଗଲେ ସମାଜ ପ୍ରତି ସେମାନଙ୍କ ମୂଲ୍ୟବୋଧ, ଦାୟିତ୍ୱ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

 

Get real time updates directly on you device, subscribe now.