fbpx
BJD
BJD SKY
BJD SKY

ଶ୍ରୀମନ୍ଦିରରେ ମାରପିଟ୍: ଲାଗିଲା ରକ୍ତର ଛିଟା, ସୁଆର ସେବାୟତ ଅଟକ

ପୁରୀ, ୧୫ା୨ (ଓଡିଶା ଭାସ୍କର): ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଶ୍ରୀମନ୍ଦିରରେ ଲାଗିଛି ରକ୍ତର ଛିଟା । ଜଣେ ଯାତ୍ରୀ ସହାୟକ ଓ ସେବାୟତଙ୍କ ମଧ୍ୟରେ ହୋଇଛି ମାରପିଟ୍ । ଫଳରେ ପୁରୀ ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ରକ୍ତର ଛିଟା ଲାଗିଛି । ସାମାନ୍ୟ ବଚସାରରେ ଉତ୍ତ୍ୟକ୍ତ ହୋଇ ସୁଆର ସେବାୟତ ରାମକୃଷ୍ଣ ଖୁଣ୍ଟିଆ କୁଡ଼ୁଆରେ ଯାତ୍ରୀ ସହାୟକଙ୍କ ଦାମୋଦର ଗୋଚ୍ଛିକାରଙ୍କ ମୁଣ୍ଡକୁ ଛେଚି ଦେଇଛନ୍ତି । ଆହତ ଯାତ୍ରୀ ସହାୟକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣା ନେଇ ଅଭିଯୋଗ ପରେ ପୁରୀ ସିଂହଦ୍ୱାର ପୋଲିସ ତଦନ୍ତ ଜାରି ରଖିଛି । ଯାତ୍ରୀ ସହାୟକଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ସୁଆର ସେବାୟତ ରାମକୃଷ୍ଣ ଖୁଣ୍ଟିଆଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.