fbpx

ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ: ଡିସିପି

ଭୁବନେଶ୍ୱର, ୧୫ା୨(ଓଡିଶା ଭାସ୍କର): କଂଗ୍ରେସ ପକ୍ଷରୁ ଆଜି ୬ ଘଣ୍ଟିଆ ଓଡିଶା ବନ୍ଦ ପାଳନ କରାଯାଉଛି । ଭୁବନେଶ୍ୱରରେ ବନ୍ଦ ପାଳନ ନେଇ ଡିସିପି ଉମାଶଙ୍କର ଦାସ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ‘ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ହୋଇଛି । ଏବେ ସୁଦ୍ଧା ଅପ୍ରୀତିକର ପରିସ୍ଥିତି ଉପୁଜି ନାହିଁ । ଭୁବନେଶ୍ୱରରେ ପ୍ରାୟ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି । ସବୁ ଛକମାନଙ୍କରେ ପୋଲିସ ଜଗିଛନ୍ତି । ଯେଉଁମାନେ ବିନା ହେଲମେଣ୍ଟରେ ରାଲି କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।’

ତେବେ କଂଗ୍ରେସର ବନ୍ଦ ପାଳନ ଯୋଗୁ ଭୁବନେଶ୍ୱର ବରମୁଣ୍ଡାରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ବସ ବନ୍ଦ ଯୋଗୁଁ ଯାତ୍ରୀମାନେ ଅଟକି ରହିଛନ୍ତି । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ଲୋକେ ଗନ୍ତବ୍ୟ ସ୍ଥଳରେ ପହଚିଂବା ପାଇଁ ସମସ୍ୟା ସୃଷ୍ଟି ହୋଇଛି । ଅଟୋ, ବସ ଭଳି ସେବା ପ୍ରଭାବିତ ହେବା ଯୋଗୁଁ ଯାତ୍ରୀମାନେ ଅଟକି ରହିଛନ୍ତି ବସଷ୍ଟାଣ୍ଡରେ । ସେହିପରି ବିଭିନ୍ନ ପରୀକ୍ଷା ଥିବା କାରଣରୁ ବାହାରୁ ଆସୁଥିବା ପରୀକ୍ଷାର୍ଥୀମାନେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.