fbpx

ଟୋଲ ପ୍ଲାଜାରେ ଗାଡି ପ୍ରଥମେ ବାହାର କରିବା ପାଇଁ ଲାଗିଲା ଖଣ୍ଡଯୁଦ୍ଧ: ସିସିଟିଭିରେ ରେକର୍ଡ ହୋଇଗଲା ସମ୍ପୂର୍ଣ୍ଣ ଘଟଣା

Advertisement

ନୂଆଦିଲ୍ଲୀ: ନୋଏଡା ଏବଂ ଗ୍ରେଟର ନୋଏଡାରେ ବଢି ଚାଲିଛି ଅସାମାଜିକ ଲୋକଙ୍କ ରାଜୁତି । ବଢୁଛି ବିଶୃଙ୍ଖଳା ଆଉ ଦିନରାତି ଚାଲିଛି ଅପରାଧ । ଏହିଭଳି ଏକ ଘଟଣା ସାମନାକୁ ଆସିଛି ୯୧ ହାଇୱେର ଲୁହାରଲୀ ଗ୍ରାମ ନିକଟସ୍ଥ ଟୋଲ ପ୍ଲାଜାରୁ । ଏହି ଟୋଲ ପ୍ଲାଜାରେ ଗାଡି ପ୍ରଥମେ ବାହାର କରିବା ପାଇଁ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ହଠାତ ଲାଗି ଯାଇଛି ଖଣ୍ଡଯୁଦ୍ଧ । ପାଟିତୁଣ୍ଡରୁ ଆରମ୍ଭ ହୋଇ ଘଟଣା ମାରପିଟ ପର୍ଯ୍ୟନ୍ତ ପହଞ୍ଚିଯାଇଛି । ତେବେ ଏହି ସମୟର ସମସ୍ତ ଦୃଶ୍ୟ ଟୋଲ ପ୍ଲାଜାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।

ଦାଦରୀ କୋତବାଲୀ ଅଞ୍ଚଳର ଲୁହାରଲୀ ଗ୍ରାମ ନିକଟସ୍ଥ ଟୋଲ ପ୍ଲାଜାରେ ଦେକିବାକୁ ମିଳିଛି ଅଜବ ଘଟଣା । ପ୍ରଥମେ ଟୋଲ ପ୍ଲାଜାରେ ଗାଡି ଅତିକ୍ରମ କରିବା ପାଇଁ ଦୁଇ ଜଣ ଗାଡି ଚାଳକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଦେଖୁ ଦେଖୁ ଏହା ମାରପିଟରେ ପରିଣତ ହୋଇଗଲା । ଉଭୟଙ୍କ ମଧ୍ୟରେ ଜୋରଦାର ମାରପିଟ ଆରମ୍ଭ ହୋଇ ଯାଇଥିଲା । ପ୍ରଥମ କାରରୁ ଦୁଇ ଜଣ ଦ୍ୱିତୀୟ କାରରେ ଥିବା ଲୋକଙ୍କୁ ନିର୍ଧୁମ ମାଡ ମାରିଥିଲେ । ତେବେ ମାରପିଟର ଏହି ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଯାଇଛି ।

ଉଭୟଙ୍କ ମାରପିଟରେ ମହିଳାଙ୍କୁ ମଧ୍ୟ ବାଦ ଦେଇନାହାନ୍ତି ଉଭୟ ପକ୍ଷ । ଏହାପରେ ମାମଲା ପୋଲିସ ନିକଟରେ ପହଞ୍ଚିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ତଥ୍ୟ ଏବଂ ପ୍ରମାଣ ଅନୁସାରେ ତଦନ୍ତ ଆଗକୁ ବଢିବ ବୋଲି କହିଛି ପୋଲିସ । ତେବେ ସିସିଟିଭିରେ ମାରପିଟର ଭିଡିଓ ସ୍ପଷ୍ଟ ଆସୁଥିଲେ ହେଁ ଏହାର କାରଣ ଖୋଜୁଛି ପୋଲିସ । ଭିଡିଓ ଆଧାରରେ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.