fbpx

ଇତିହାସରେ ପ୍ରଥମ ଘଟଣା: ବିନା ପାଇଲଟରେ ଉଡ଼ିଲା ଯୁଦ୍ଧ ବିମାନ, AIର କମାଲ୍

ନୂଆଦିଲ୍ଲୀ: ବର୍ତ୍ତମାନର ସମୟ ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଯୁଗ । ଏଆଇ ଆଜି ମଣିଷର ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରୁଛି । ଆଗାମୀ ଦିନରେ ବୈଜ୍ଞାନିକମାନେ ଏହାକୁ ନେଇ ନୂଆ ନୂଆ ବିକଶିତ ଜିନିଷ ସାମ୍ନାକୁ ଆଣିବାର ସମ୍ଭାବନା ରହିଛି । ତେବେ ଏପରି ସ୍ଥଳେ ଆମେରିକା ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି । ଖୁବଶୀଘ୍ର ବିନା ପାଇଲଟରେ ବିମାନ ଉଡ଼ାଇବାରେ ମଣିଷ ସକ୍ଷମ ହୋଇପାରିବ ।

ଆମେରିକାର ଡିଫେନ୍ସ ଆଡଭାନ୍ସ ରିସର୍ଚ୍ଚ ପ୍ରୋଜେକ୍ଟସ ଏଜେନ୍ସି (ଡିଏଆରପିଏ) ପକ୍ଷରୁ ମଡିଫାଏଡ ଏଫ-୧୬ ଫାଇଟର ଜେଟକୁ ସଞ୍ଚାଳିତ କରିବା ପାଇଁ ଏକ ଆଲଗୋରିଦମ୍ ଡେଭଲପ୍ କରାଯାଇଛି । ପୂର୍ବରୁ ଏଆଇ ଆମର ଜୀବନ ଉପରେ ପ୍ରଭାବ ପକାଉଥିବା ବେଳେ ଏବେ ଫାଇଟର ପ୍ଲେନ୍ ଉଡ଼ାଇବାରେ ସକ୍ଷମ ହୋଇପାରିଛି । ତେବେ ଏକ ମଡିଫାଇଡ ଏଫ-୧୬ ଫାଇଟର ଜେଟ ସମ୍ପୂର୍ଣ୍ଣ ଭାବେ ଏଆଇ କଣ୍ଟ୍ରୋଲରେ ଉଡ଼ାଣ ଭରିଛି । ଏଥିସହିତ ଏହା ଅନ୍ୟ ବିମାନ ସହ ମଧ୍ୟ ମୁକାବିଲା କରିଥିବା ନେଇ ଏକ ରିପୋର୍ଟରୁ ଜଣାପଡ଼ିଛି ।

ରିପୋର୍ଟ ଅନୁଯାୟୀ, ଏହି ଫାଇଟର ଜେଟ ଦୁଇମାସ ପୂର୍ବରୁ ଗତବର୍ଷ ଡିସେମ୍ବରରେ ଆମେରିକାର କାଲିଫର୍ଣ୍ଣିଆରେ ଏଡୱାର୍ଡସ ଏୟାର ଫୋର୍ସ ବେସରେ ଉଡ଼ାଣ ଭରିଥିଲା । ଏହି ଜେଟର ନାମ ହେଉଛି ‘ଏକ୍ସ-୬୨ଏ’ ‘ଭିଷ୍ଟା’ । ଏହି ମଡିଫାଏଡ ଏଫ-୧୬ ଫାଇଟର ଜେଟ ଟେଷ୍ଟ ଫ୍ଲାଇଟ ସମୟରେ ୧୭ ଘଣ୍ଟାରୁ ଅଧିକ ସମୟ ଧରି ଯୁଦ୍ଧାଭ୍ୟାସ କରିଥିଲା । ଏଥିରେ ଟେକଅଫ୍ ଓ ଲ୍ୟାଣ୍ଡିଂ ମଧ୍ୟ ସାମିଲ ଥିଲା । ଏହି ୧୭ ଘଣ୍ଟା ମଧ୍ୟରେ କୌଣସି ଏକ୍ସପର୍ଟ କି ମଣିଷ କେହି ଏଥିରେ ହସ୍ତକ୍ଷେପ କରିନଥିଲେ ।

Get real time updates directly on you device, subscribe now.