ଫିଲ୍ମରେ କାମ ଦେବା ନାଁରେ ଯୁବତୀଙ୍କୁ ବଳାତ୍କାର, ନିର୍ଦ୍ଦେଶକ ସନୋଜ କୁମାର ଗିରଫ

କୁମ୍ଭମେଳାର ନୀଳ ନୟନା ମୋନାଲିସାଙ୍କୁ ଫିଲ୍ମ ପାଇଁ ନେଇଥିଲେ ସାଙ୍ଗରେ । କୋର୍ଟ ଖାରଜ କଲା ବେଲ୍ ।

ନୂଆଦିଲ୍ଲୀ: ଫିଲ୍ମ ନିର୍ଦ୍ଦେଶକ ସନୋଜ କୁମାରଙ୍କୁ ଗିରଫ ରକିଛି ଦିଲ୍ଲୀ ପୋଲିସ । ବଳାତ୍କାର ମାମଲାରେ ସମ୍ପୃକ୍ତି ନେଇ ସନୋଜଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ସନୋଜ ନିକଟରେ କୁମ୍ଭମେଳାରୁ ଫେମସ ହୋଇଥିବା ନୀଳ ନୟନା ମୋନାଲିସାଙ୍କୁ ଫିଲ୍ମ ଅଫର ଦେଇ ଲୋକ ଲୋଚନକୁ ଆସିଥିଲେ । ଗିରଫ ନେଇ କୋର୍ଟରେ ଜାମିନ ଆବେଦନକୁ କୋର୍ଟ ଖାରଜ କରିଛନ୍ତି ।

ସନୋଜ ବିବାହିତ ହୋଇଥିବାବେଳେ ପରିବାର ସହ ସେ ମୁମ୍ବାଇରେ ରୁହନ୍ତି । ୨୮ ବର୍ଷୀୟା ଯୁବତୀ ସନୋଜଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ।

ରିପୋର୍ଟ ମୁତାବକ, ପୀଡ଼ିତା ୨୦୨୦ରେ ସନୋଜଙ୍କ ସମ୍ପର୍କରେ ଆସିଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ଭେଟି ହୋଇଥିବା ମହିଳା ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ୨୦୨୧ରେ ସନୋଜ ଯୁବତୀଙ୍କୁ ରିସୋର୍ଟ ଡାକି ସେଠାରେ ତାଙ୍କୁ ନିଶା ଦେଇ ଯୁବତୀଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ ।

ଏଥିସହ ସନୋଜ ଯୁବତୀଙ୍କୁ ଭିଡିଓ ଓ ଫଟୋ ଦେଖାଇ ବ୍ଲାକମେଲ କରୁଥିଲେ । ଏଥିସହ ବିବାହ ପ୍ରତିିଶ୍ରୁତି  ସାଙ୍ଗକୁ ଫିଲ୍ମରେ କାମ କରିବାର ସୁଯୋଗ ଦେବେ ବୋଲି କହିଥିବା ପୀଡ଼ିତା ଅଭିଯୋଗ ଆଣିଛନ୍ତି ।