fbpx

ପୁରୀରେ ମନମୋହନଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ,୧୪ ।୧(ଓଡିଶା ଭାସ୍କର): ପଞ୍ଚମହାଭୂତରେ ବିଲୀନ ହେଲା ବିଶିଷ୍ଟ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପାର୍ଥିବ ଶରୀର । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେଲା । ତେବେ ଗତକାଲି ୬୯ବର୍ଷ ବୟସରେ ମନମୋହନଙ୍କର ଦେହାନ୍ତ ହୋଇଥିଲା । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ହିନ୍ଦୀ ଫିଲ୍ମ ବିଟ୍ସ ଆଣ୍ଡ ପିସେସ୍ ର ସେ ନିର୍ଦ୍ଦେଶନା ଦେଇଥିଲେ । ମନମୋହନଙ୍କ ନିର୍ଦ୍ଦେଶିତ ନିରବ ଝଡ଼ ଜାତୀୟ ପୁରଷ୍କାର ପାଇଥିଲା । କ୍ଲାନ୍ତ ଅପରାହ୍ନ, ମଝି ପାହାଚ, ନିଶିଦ୍ଧ ସ୍ୱପ୍ନ ତାଙ୍କର ସୃଷ୍ଟି । ଏହାସହ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସ୍ଥାନ ପାଇଥିଲା ଶୀତ ରାତି । ୧୯୮୨ରେ ପ୍ରଥମ ଓଡ଼ିଆ ଫିଲ୍ମ ଭାବେ ସ୍ଥାନ ପାଇଥିଲା ।

Get real time updates directly on you device, subscribe now.