fbpx
BJD SKY
BJD SKY

ଜାନୁୟାରୀ ୫ରେ ଚୂଡ଼ାନ୍ତ ଭୋଟର ତାଲିକା; ସବୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ ଭୋଟର ତାଲିକା ଚିଠା

BJD

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ୨୦୨୪ରେ ଆଗାମୀ ସାଧାରଣ ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସ୍ୱୀକୃତିପ୍ରାପ୍ତ ରାଜନୖତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ । ସବୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ ଭୋଟର ତାଲିକା ଚିଠା । ପ୍ରକାଶିତ ତାଲିକାରେ ସଂଶୋଧନ ଲାଗି ତାରିଖ ନିର୍ଦ୍ଧାରଣ ହୋଇଛି । ଆସନ୍ତା ୨୭ରୁ ଡିସେମ୍ବର ୯ ମଧ୍ୟରେ ଆପତ୍ତି ଅଭିଯୋଗ ଗ୍ରହଣ ହେବ ।

ଡିସେମ୍ବର ୨୬ ସୁଦ୍ଧା ଆପତ୍ତି ଅଭିଯୋଗର ଶୁଣାଣି କରି ସମାଧାନ କରାଯିବ । ସ୍ୱତନ୍ତ୍ର ଅଭିଯାନ ଜରିଆରେ ୧୮-୧୯ ବର୍ଷ ବର୍ଗର ଭୋଟରଙ୍କୁ ସାମିଲ କରାଯିବ । ସ୍ୱତନ୍ତ୍ର ଅଭିଯାନ ଲାଗି ନଭେମ୍ବର ମାସର ୪ ଦିନ ନିର୍ଦ୍ଧାରଣ କରାଯାଇଛି । ନଭେମ୍ବର ୫, ୧୧, ୧୯ ଓ ୨୫ ତାରିଖରେ ହେବ ସ୍ୱତନ୍ତ୍ର ଅଭିଯାନ ଦିବସ । ସ୍ୱତନ୍ତ୍ର ଅଭିଯାନ ଦିବସରେ ବୁଥ୍‌ ସ୍ତରୀୟ ଅଧିକାରୀ ଉପସ୍ଥିତ ରହି କରିବେ ସହାୟତା ।

Get real time updates directly on you device, subscribe now.