fbpx

Banking Fraud ଉପରେ ଲାଗିବ ରୋକ୍: ବ୍ୟାଙ୍କ ପାଇଁ ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ: ଭାରତରେ କୋଟି କୋଟି ଲୋକ ବ୍ୟାଙ୍କିଂ ସେବା ସହିତ ଜଡ଼ିତ ହୋଇଛନ୍ତି । ଅନେକ ସମୟରେ ବ୍ୟାଙ୍କ ସହିତ ଜଡ଼ିତ କିଛି ଠକାମି ସାମ୍ନାକୁ ଆସିଥାଏ । ଏହାଦ୍ୱାରା ଜନସାଧାରଣ ବହୁ ଅସୁବିଧାର ସାମ୍ନା କରିଥାନ୍ତି । ତେବେ ବ୍ୟାଙ୍କ ଫ୍ରଡକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଛନ୍ତି । ବ୍ୟାଙ୍କିଂ ପ୍ରଣାଳୀକୁ ଅଧିକ ମଜବୁତ କରିବା ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ଭାରତୀୟ ବ୍ୟାଙ୍କିଂ ସଂଘ (ଆଇବିଏ)ର ୭୫ତମ ବାର୍ଷିକୋତ୍ସବରେ ଅର୍ଥମନ୍ତ୍ରୀ କହିଛନ୍ତି, ବ୍ୟାଙ୍କିଂ ପ୍ରଣାଳୀଗୁଡ଼ିକ ପରସ୍ପର ସହିତ ଅନୁକୂଳ ରହିବା ଦରକାର । ଯାହାଫଳରେ ଗ୍ରାହକଙ୍କୁ ଠିକ୍ ଭାବେ ସେବା ମିଳିପାରିବ । ବିଭିନ୍ନ ସମୟରେ ଗ୍ରାହକମାନେ ଅଲଗା ଅଲଗା ବ୍ୟାଙ୍କ ସହିତ କାରବାର କରିବାକୁ ବାଧ୍ୟ ହୋଇଥାନ୍ତି । ଏପରି ସ୍ଥିତିରେ ବ୍ୟାଙ୍କଗୁଡ଼ିକ କିଛି ପଦକ୍ଷେପ ନେବା ଆବଶ୍ୟକ ।

ବ୍ୟାଙ୍କଗୁଡ଼ିକ ନିଜର ସିଷ୍ଟମକୁ ପରସ୍ପର ସହ ଅନୁକୂଳଯୁକ୍ତ କରିବା ଆବଶ୍ୟକ, ଯାହାଫଳରେ କି ଗ୍ରାହକଙ୍କୁ ଅନ୍ୟ ବ୍ୟାଙ୍କକୁ ଯିବାକୁ ପଡ଼ିବ ନାହିଁ । ଏଥିସହିତ ଗ୍ରାହକଙ୍କ ସହ ଉତ୍ତମ ଢଙ୍ଗରେ କଥାବାର୍ତ୍ତା କରିବା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବ୍ୟାଙ୍କିଂ ଫ୍ରଡ ଉପରେ ରୋକ ଲଗାଇବା ପାଇଁ ବ୍ୟାଙ୍କମାନଙ୍କୁ ନୂଆ ଇଣ୍ଟରନେଟ ପ୍ରଯୁକ୍ତି ଓ ଏଆଇରେ ନିବେଶ କରିବା ଦରକାର । ସମୟ ବଦଳିବା ସହିତ ନୂଆ ଟେକ୍ନୋଲୋଜି ବ୍ୟବସ୍ଥାକୁ ବ୍ୟାଙ୍କଗୁଡ଼ିକ ଆପଣାଇଲେ ଅଧିକାଂଶ ଠକାମି ହ୍ରାସ ପାଇପାରିବ । ବ୍ୟାଙ୍କରେ ସାଇବର ସୁରକ୍ଷାକୁ ବୃଦ୍ଧି କରାଯିବା ଦରକାର, ଏହାଦ୍ୱାରା ଯେ କୌଣସି ପ୍ରକାରର ଗଡ଼ବଡ଼କୁ ରୋକାଯାଇ ପାରିବ । ଆସନ୍ତା ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି, ତେଣୁ ଆଗାମୀ ଦିନମାନଙ୍କରେ ବ୍ୟାଙ୍କ ଏକ ବଡ଼ ଭୂମିକା ନିର୍ଦ୍ଧାରଣ କରିବ ବୋଲି ନିର୍ମଳା କହିଥିଲେ ।

Get real time updates directly on you device, subscribe now.