fbpx

ଟ୍ୟାକ୍ସ ଛାଡ଼କୁ ନେଇ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, GST କାଉନସିଲ ମିଟିଂରେ କ’ଣ ସବୁ ନିଷ୍ପତ୍ତି ନିଆଗଲା ଜାଣନ୍ତୁ

ନୂଆଦିଲ୍ଲୀ: ଚଣ୍ଡିଗଡ଼ଠାରେ ଚାଲିଥିବା ଜିଏସଟି କାଉନସିଲ ମିଟିଂର ଦୁଇଦିନିଆ ବୈଠକ ସମାପ୍ତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଅନଲାଇନ ଗେମିଂ ଓ ରାଜ୍ୟମାନଙ୍କୁ ଜିଏସଟି କ୍ଷତିପୂରଣକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।

ବୈଠକରେ ୧୬ଟି ରାଜ୍ୟ ଜିଏସଟି କ୍ଷତିପୂରଣ ପ୍ରସଙ୍ଗ ଉଠାଇଥିଲେ । ଅନଲାଇନ୍ ଗେମିଂ, କସିନୋ ଓ ଘୁଡ଼ଦୌଡ଼ ଉପରେ ୨୮ ପ୍ରତିଶତ ଟ୍ୟାକ୍ସ ଲାଗୁ ପ୍ରସ୍ତାବକୁ ନେଇ କିଛି ପଦକ୍ଷେପ ନିଆଯାଇନାହିଁ । ଆସନ୍ତା ଅଗଷ୍ଟରେ ହେବାକୁ ଥିବା କାଉନସିଲ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ । ବୈଠକରେ ପ୍ରଥମ ଦିନରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ପ୍ରି-ପ୍ୟାକେଜଡ ଅଟା ଓ ଲେବଲ ବାଲା ଅଟା, ଚାଉଳ ଉପରେ ୫ ପ୍ରତିଶତ ଟ୍ୟାକ୍ସ ଲାଗିବ । ଏହାଛଡ଼ା ମାଛ, ଦହି, ପନିର, ମହୁ ପରି ପ୍ରି-ପ୍ୟାକେଜଡ ଓ ଲେବଲଡ୍ ଖାଦ୍ୟ ପଦାର୍ଥ ଉପରେ ୫ ପ୍ରତିଶତ ଟ୍ୟାକ୍ସ ଲାଗିବ । ଅର୍ଥାତ ଖାଦ୍ୟ ପଦାର୍ଥ ଏଣିକି ମହଙ୍ଗା ହେବ ।

ଦିନକୁ ହଜାରେ ଟଙ୍କା ବିଶିଷ୍ଟ ହୋଟେଲ ରୁମ ଉପରେ ୧୨ ପ୍ରତିଶତ ଟ୍ୟାକ୍ସ ଲାଗିବ । ଚେକ୍ ଜାରି କରବା ପାଇଁ ବ୍ୟାଙ୍କ ଦ୍ୱାରା ଆଦାୟ କରାଯାଉଥିବା ଶୁଳ୍କ ଉପରେ ଜିଏସଟି ଲାଗିବ । ଅନପ୍ୟାକଡ, ଅନଲେବଲ, ଅନବ୍ରାଣ୍ଡେଡ ଦ୍ରବ୍ୟରେ ଜିଏସଟି ଲାଗିବ ନାହିଁ । ଅଟା-ଚାଉଳ, ମାଛ, ଗୁଡ଼, ବିଦେଶୀ ସବଜୀ, ଅନରୋଷ୍ଟେଡ କଫି ବୀନ, ଅନପ୍ରୋସେସଡ୍ ଗ୍ରୀନ ଟି, ରାଇସ ବ୍ରାନରେ ଟ୍ୟାକ୍ସ ଲାଗିବ ନାହିଁ ।

Get real time updates directly on you device, subscribe now.