fbpx

ବୁଲେଟ ପ୍ରୁଫ ଜୀବ ଦେଖିଛନ୍ତି କି?: ଭାଇରାଲ ହେଉଛି ଅଦ୍ଭୁତ ଜୀବର ଭିଡିଓ, ଦେଖନ୍ତୁ

ଓଡିଶା ଭାସ୍କର: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକମାନେ ଏହାର ମଜା ଉଠାଇଥାନ୍ତି ଏବଂ ମନୋରଞ୍ଜନ କରିଥାନ୍ତି । କିନ୍ତୁ ଏବେ ଟ୍ୱିଟରରେ ଏକ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଅଦ୍ଭୁତ ଜନ୍ତୁର ଅଜବ କାରନାମା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହାକୁ ବୁଲେଟ ପ୍ରୁଫ ଜୀବ ବୋଲି ଚର୍ଚ୍ଚା ଲାଗି ରହିଛି । ତେବେ ଏହାର ଚମଡାକୁ ନେଇ ସମସ୍ତେ ଆଲୋଚନା କରୁଛନ୍ତି ।

ଏହି ଭିଡିଓରେ ଏକ ଅଦ୍ଭୁତ ଜୀବ ଦେଖିବାକୁ ମିଳିଛି । ଏହା କେଉଁ ଜୀବ ବୋଲି ଆପଣ ଜାଣିବାକୁ ଚେଷ୍ଟା କରିବା ସମୟରେ ସେ ନିଜ ଆକାର ଏବଂ ଆକୃତି ସବୁ କିଛି ପରିବର୍ତ୍ତନ କରି ଦେଉଛି । ନିଜ ଆକୃତିକୁ ପରିବର୍ତ୍ତନ କରି ଏକ ବଲ ଆକରର ବା ଗୋଲ ଆକୃତିର ହୋଇ ଯାଇଛି । ତେବେ ଏହା କି ପ୍ରକାର ଜୀବ ଏବଂ ଏହା ବିଷୟରେ ଅନେକ କିଛି ଜାଣିବାକୁ ଏବେ ତର୍ଜମା ଆରମ୍ଭ ହୋଇଗଲାଣି ।

ଆପଣଙ୍କୁ କହି ରଖୁଛୁ ଯେ, ଏହି ଜୀବର ନାଁ ହେଉଛି ଆର୍ମାଡିଲୋ । ନିଜର ବୁଲେଟ ପ୍ରୁଫ ସ୍କିନ ପାଇଁ ଏହା ଖୁବ ପରିଚିତ । ତେବେ ଏମିତି ଆକୃତି ପରିବର୍ତ୍ତନ କରିବାର କାରଣ ମଧ୍ୟ ରହିଛଇ । ଯେବେ ଆର୍ମାଡିଲୋ କୌଣସି ବିପଦର ଆଭାସ ପାଇଥାଏ, ସେ ନିଜ ଶରୀରର ଆକୃତିକୁ ପରିବର୍ତ୍ତନ କରି ଦେଇଥାଏ । ଏହି ଚାଲାକ ଜୀବ ଆର୍ମାଡିଲୋ ଆମେରିକା କଣ୍ଟିନେଣ୍ଟରେ ମିଳିଥାନ୍ତି ।

ଏଭଳି ଅଦ୍ଭୁତ ପ୍ରକାର ଏହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ଆର୍ମାଡିଲୋର ଏହି ଅଜବ ଭିଡିଓକୁ ୧୬ ମିଲିୟନରୁ ଅଧିକ ଲୋକ ଦେକି ସାରିଥିବା ବେଳେ ୫ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି । ତେବେ ଏହି ଭିଡିଓକୁ ଦେଖିବାପ ରେ କମେଣ୍ଟ କରିବା ଲୋକଙ୍କ ସଂଖ୍ୟା ମଧ୍ୟ କିଛି କମ ନାହିଁ । ଆର୍ମାଡିଲୋର ଏହି ଭିଡିଓକୁ ଦେଖିବା ପରେ ଅନେକ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Get real time updates directly on you device, subscribe now.