fbpx

କୃଷକଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପ୍ୟୁଟରୀକରଣ ହେବ ୬୩ ହଜାର PACS, ୨୫୧୬ କୋଟିକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ) ପାଇଁ କେନ୍ଦ୍ର କ୍ୟାବିନେଟରେ ୨୫୧୬ କୋଟି ବ୍ୟବବରାଦ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ୟାକ୍ସଗୁଡ଼ିକର ବିକାଶ ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଏହି ପ୍ରୋଜେକ୍ଟ ମାଧ୍ୟମରେ ୬୩ ହଜାର ପ୍ୟାକ୍ସକୁ କମ୍ପ୍ୟୁଟରୀକରଣ କରାଯିବ । ଏଥିପାଇଁ ୫ ବର୍ଷ ମଧ୍ୟରେ ୨୫୧୬ ଟଙ୍କା ଖର୍ଚ୍ଚ ପାଇଁ ବଜେଟ ସ୍ଥିରୀକୃତ ହୋଇଥିବା ବେଳେ କେନ୍ଦ୍ର ସରକାର ୧୫୨୮ କୋଟି ଖର୍ଚ୍ଚ କରିବେ ।

ଦେଶର ପାଖାପାଖି ୧୩ କୋଟି କୃଷକଙ୍କୁ ନେଇ ସ୍ୱଳ୍ପ ଅବଧି ସମବାୟ ଋଣ (ଏସଟିସିସି) ଗଠିତ ହୋଇଛି । ଉକ୍ତ ତିନି ପର୍ଯ୍ୟାୟ ମଧ୍ୟରୁ ପ୍ୟାକ୍ସ ହେଉଛି ତଳ ସ୍ତର । ଆଜି ପର୍ଯ୍ୟନ୍ତ ଅଧିକାଂଶ ପ୍ୟାକ୍ସ କମ୍ପ୍ୟୁଟରୀକରଣ ହୋଇନାହିଁ । ଏହା ବର୍ତ୍ତମାନ ମାନୁଆଲି ଚାଲିଥିବାରୁ ଏ କ୍ଷେତ୍ରରେ ଅପାରଗତା ଓ ଅବିଶ୍ୱାସନୀୟ ଦେଖାଯାଉଛି । ଏହି ପ୍ରୋଜେକ୍ଟ ପ୍ୟାକ୍ସଗୁଡ଼ିକର ବିକାଶ ଦିଗରେ କାର୍ଯ୍ୟ କରିବା ସହ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ଓ ଅଣବ୍ୟାଙ୍କିଂ କାର୍ଯ୍ୟକ୍ରମର ବିକାଶ କରିବ ।

ଏନେଇ ସ୍ଥାନୀୟ ଭାଷା ଉପଲବ୍ଧ ଥିବା ଏକ ସଫ୍ଟୱେରର ବ୍ୟବହାର କରାଯିବ । ରାଜ୍ୟମାନଙ୍କର ଆବଶ୍ୟକତା ଅନୁଯାୟୀ ଏହାକୁ ଆଡଜଷ୍ଟ କରାଯିବ । ପାଖାପାଖି ୨ ଶହ ପ୍ୟାକ୍ସକୁ ଜିଲ୍ଲାସ୍ତରରେ ସହାୟତା ପ୍ରଦାନ କରାଯିବ । ଯେଉଁ ରାଜ୍ୟରେ ପ୍ୟାକ୍ସ କମ୍ପୁଟ୍ୟରୀକରଣ ସମାପ୍ତ ହୋଇଥିବ, ସେଠାରେ ପ୍ରତି ପ୍ୟାକ୍ସକୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ।

Get real time updates directly on you device, subscribe now.