fbpx

ଯୁବକମାନଙ୍କୁ ଆତ୍ମନିର୍ଭରଶିଳ କରିବା ପାଇଁ ଛତିଶଗଡ଼ ସରକାର ଦେଉଛନ୍ତି ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା , ତେବେ ଜାଣନ୍ତୁ କେଉଁମାନେ ଉଠାଇ ପାରିବେ ଏହାର ଲାଭ

ରାୟପୁର: କୁହାଯାଏ ଦେଶର ପ୍ରଗତିରେ ଯୁବ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ସେମାନେ ଯେତେ ସୁପ୍ରତିଷ୍ଠିତ ହେବେ ଦେଶର ପ୍ରଗତିର ରଥ ସେତେ ଆଗକୁ ବଢିବ । ତେବେ ଏହି ପରିପ୍ରେକ୍ଷୀରେ ଯୁବ ମାନଙ୍କ ସହାୟତା ପାଇଁ ହାତ ବଢ଼ାଇଛନ୍ତି ଛତିଶଗଡ ସରକାର । ଛତିଶଗଡ ସରକାର ଯୁବ ନିଯୁକ୍ତି ପାଇଁ ଯୁବ ତଥା ଶିଳ୍ପ ପ୍ରତିଷ୍ଠା ପାଇଁ ଯୁବ ସ୍ୱରୋଜଗାର ଯୋଜନା କାର୍ଯ୍ୟକାରୀ କରିଛନ୍ତି ।

ଏହା ମାଧ୍ୟମରେ ଯୁବକମାନଙ୍କୁ ଆର୍ଥିକ ସହାୟତା, ମାର୍ଜିନ୍ ଅର୍ଥ ଅନୁଦାନ, ଅନୁମତିପ୍ରାପ୍ତ ଫି ଏବଂ ବାର୍ଷିକ ସେବା ଦେୟ ପ୍ରଦାନ କରାଯାଉଛି । ଏହି ଯୋଜନା ମାଧ୍ୟମରେ ଗତ ଚାରି ବର୍ଷ ମଧ୍ୟରେ ୨୬୧୪ ଯୁବକଙ୍କୁ ୯୩୬.୬୩ ଲକ୍ଷ ଟଙ୍କା ମାର୍ଜିନ ଅର୍ଥ ଅନୁଦାନ ପ୍ରଦାନ କରାଯାଇ ଋଣ ଯୋଗାଇ ଦିଆଯାଉଛି। ବ୍ୟାଙ୍କ ମାନଙ୍କ ଦ୍ୱାରା ଏହି ଲୋନ ପ୍ରଦାନ କରାଯାଉଛି । ତେବେ ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଯୁବ ଶକ୍ତିମାନଙ୍କୁ ଆତ୍ମ ଉଦ୍ୟୋଗ ପ୍ରତି ଉତ୍ସାହିତ କରିବା ସହତ ରୋଜଗାରର ସମ୍ଭାବନାକୁ ଆହୁରି ବୃଦ୍ଧି କରିବା ।

ଏହା ସହିତ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଗ୍ରାହକଙ୍କ ଆବଶ୍ୟକତା ଅନୁସନ୍ଧାନ କରିବା ଏବଂ କୃଷି ସମ୍ବନ୍ଧୀୟ ଶିଳ୍ପ ବିକାଶ କରିବା ମଧ୍ୟ ଆବଶ୍ୟକ ବୋଲି ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଯୁବ ସ୍ୱରୋଜଗାର ଯୋଜନା ଅଧୀନରେ ବ୍ୟବସାୟ ପାଇଁ ସର୍ବାଧିକ ୨ ଲକ୍ଷ ଟଙ୍କା, ସେବା ଉଦ୍ୟୋଗ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ଉତ୍ପାଦନ ଉଦ୍ୟୋଗ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ମାଧ୍ୟମରେ ଯୁବକମାନଙ୍କୁ ଋଣ ପ୍ରଦାନ କରାଯାଉଛି।

କେଉଁମାନେ ଆବେଦନ କରିପାରିବେ :ତେବେ ଏହି ଯୋଜନାର ଲାଭ ସଭିଙ୍କୁ ମିଳିପାରିବ ନାହିଁ । ଏହା ପାଇଁ ଆପଣଙ୍କୁ ଛତିଶଗଡ ରାଜ୍ୟର ମୂଳ ବାସିନ୍ଦା ହେବା ଆବଶ୍ୟକ। ଏହାସହିତ ଆପଣଙ୍କ ପାଖରେ ସର୍ବନିମ୍ନ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତା ରହିଥିବା ଆବଶ୍ୟକ । ଆବେଦନ ତାରିଖ ଅନୁଯାୟୀ ବୟସ ୧୮ ରୁ ୩୫ ବର୍ଷ ମଧ୍ୟରେ ହେବା ଉଚିତ୍ । ଅନୁସୂଚିତ ଜନଜାତି,ଜନଜାତି, ଅନ୍ୟ ପଛୁଆ ଵର୍ଗ , ମହିଳା, ଭିନ୍ନକ୍ଷମ ବୃତ୍ତି, ନକ୍ସଲ ପ୍ରଭାବିତ ପରିବାର ସଦସ୍ୟ, ଅବସରପ୍ରାପ୍ତ ସୈନିକ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ପାଞ୍ଚ ବର୍ଷର ବୟସ ଆରାମ ପ୍ରଦାନ କରାଯାଇଛି।

Get real time updates directly on you device, subscribe now.