fbpx
BSKY SKY
BSKY SKY

ଟ୍ୱିଟରରେ ଆସିବ ନୂଆ ଫିଚର ; ବିନା ନମ୍ବରରେ କଲ କରି ଦୁନିଆର ଯେକୌଣସି ଲୋକ ସହ କଥା ହୋଇପାରିବେ

BSKY

ନୂଆଦିଲ୍ଲୀ: ଟ୍ୱିଟର ଆପ୍ ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର । ବର୍ତ୍ତମାନ ସେମାନେ ଶୀଘ୍ର ଏହି ଆପରେ ଏକ ନୂତନ ବୈଶିଷ୍ଟ୍ୟ ବ୍ୟବହାର କରିବାର ସୁଯୋଗ ପାଇବେ । ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରର ସିଇଓ ଏଲୋନ୍ ମସ୍କ ନିଜେ ଏହି ବିଷୟରେ ଟ୍ୱିଟ୍ କରିଛନ୍ତି। ଟୁଇଟ୍ କରି ପ୍ଲାଟଫର୍ମରେ ନୂତନ କଲ୍ ବ୍ୟବସ୍ଥା ଏବଂ ଏନକ୍ରିପ୍ଟ ମେସେଜିଂ ବିଷୟରେ ସୂଚନା ଦେଇଛନ୍ତି ଏଲୋନ୍ ମସ୍କ ।

ଟୁଇଟ୍ ମାଧ୍ୟମରେ ଏଲୋନ୍ ମସ୍କ କହିଛନ୍ତି ଯେ ଆପର ନୂତନ ସଂସ୍କରଣରେ ଉପଭୋକ୍ତାମାନେ ଯେକୌଣସି ମେସେଜର ଶୀଘ୍ର ଉତ୍ତର ଦେବାକୁ ସମର୍ଥ ହେବେ। କେବଳ ଏତିକି ନୁହେଁ, ଉତ୍ତର ପାଇଁ ଇମୋଜି ମଧ୍ୟ ବ୍ୟବହାର କରିବାକୁ ମଧ୍ୟ ସକ୍ଷମ ହେବେ ।

ଏଲୋନ୍ ମସ୍କ ଆହୁରି ଲେଖିଛନ୍ତି ଯେ ବହୁତ ଶୀଘ୍ର ଟ୍ୱିଟର ହ୍ୟାଣ୍ଡେଲରେ ଭଏସ୍ ଏବଂ ଭିଡିଓ ଚାଟ୍ ର ସୁବିଧା ମିଳିବ । ୟୁଜର୍ସ ବିନା ଫୋନ୍ ନମ୍ବରରେ ଦୁନିଆର ଯେକୌଣସି ସ୍ଥାନରେ ଲୋକଙ୍କ ସହ କଥାବାର୍ତ୍ତା ହୋଇପାରିବେ । ମସ୍କ ତାଙ୍କ ଟ୍ୱିଟରେ କହିଛନ୍ତି ଯେ ଏନକ୍ରିପ୍ଟ ହୋଇଥିବା ମେସେଜ ମଧ୍ୟ ଟ୍ୱିଟରରେ ଉପଲବ୍ଧ ହେବ। ତେବେ କଲ୍ ଏନକ୍ରିପ୍ଟ ହେବ କି ନାହିଁ ସେ ବିଷୟରେ କୌଣସି ସୂଚନା ଦେଇନାହାନ୍ତି ।

Get real time updates directly on you device, subscribe now.