fbpx

ଓଡ଼ିଶାଗସ୍ତରେ ଆସିବେ ମୋଦୀ ! ପ୍ରଧାନମନ୍ତ୍ରୀଙ୍କ ଆସିବା ଖବର ଶୁଣି ଏବେ ରାଜନୈତିକ କ୍ୟାମ୍ପରେ ଆରମ୍ଭ ହେଲାଣି ହଲଚଲ

ଭୁବନେଶ୍ୱର:ଓଡିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଓଡିଶା ଆସିବା ନେଇ ସମ୍ଭାବନା ଥିବାର ସୂଚନା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ପୁରୀରେ ଲୋକାର୍ପିତ ହେବାକୁ ଥିବା ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭରେ ସାମିଲ ହୋଇ ପାରନ୍ତି ବୋଲି ସୂଚନା ଦିଆଯାଇଛି । ତେବେ ଏହି କଥାକୁ ନେଇ ହରିଚନ୍ଦନ କୌଣସି ସ୍ପଷ୍ଟିକରଣ କରି ନଥିବା ବେଳେ ପ୍ରଧାନମନ୍ତ୍ରୀ ଆସି ପାରନ୍ତି ବୋଲି ସୂଚନା ଦିଆଯାଇଛି । ତେବେ ପ୍ରଧାନମନ୍ତ୍ରୀ ଯଦି ଓଡ଼ିଶା ଗସ୍ତରେ ଆସନ୍ତି, ତେବେ ଏହି ଅବସରରେ ସେ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବା ସହିତ ରୋଡ଼ ସୋ ମଧ୍ୟ କରିପାରନ୍ତି ବୋଲି ଆଶା କରାଯାଉଛି ।

ତେବେ ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବା ବେଳେ ମୋଦୀଙ୍କ ଏହି ଗସ୍ତ ନିହାତି ଭାବରେ ରାଜନୈତିକ ମୈଦାନ ଉପରେ ଫଳ ପକାଇବ । ଏହାପୂର୍ବରୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆଉ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଓଡିଶା ଗସ୍ତରେ ଆସିଛନ୍ତି ।

ସେପଟେ ବିରୋଧୀ ମାନଙ୍କୁ ଏକ ଜୁଟ କରିବା ପାଇଁ ବିରୋଧୀ ନଳ ନେତା ମାନେ ମଧ୍ୟ ଓଡିଶା ମୁହାଁ ହେଉଛନ୍ତି । ତେଣୁ ପରିସ୍ଥିତି ଦେଖି ଲାଗୁଛି ଓଡିଶା ଗସ୍ତରେ ମୋଦୀ ନିହାତି ଭାବରେ ଆସିବେ। ତେବେ ମୋଦୀଙ୍କ ଏହି ଗସ୍ତ ରାଜ୍ୟ ରାଜନୀତି ଉପରେ ବହୁ ପ୍ରଭାବ ପକେଇବ ଏଥିରେ ସନ୍ଦେହ ନାହିଁ ଏହା ସହିତ ନିର୍ବାଚନ ପୂର୍ବରୁ ବିଜେପିର ଏଭଳି ମାରାଥନ ପ୍ରସ୍ତୁତି ନିହାତି ଶାସକ ଦଳଙ୍କ ନିଦ ହଜେଇବାରେ କିଛିଟା ସଫଳ ହେଇପାରେ ।

Get real time updates directly on you device, subscribe now.