fbpx
BSKY SKY
BSKY SKY

ଭୋଟ ପାଇଁ କ୍ରେଜ୍ ! ବିବାହ ବେଦୀରୁ ସିଧା ଭୋଟ ବୁଥ୍ – ନିଜର ମତଦାନ ଅଧିକାର ସାବ୍ୟସ୍ତ କଲେ

BSKY

ନୂଆଦିଲ୍ଲୀ : କର୍ଣ୍ଣାଟକ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଭୋଟିଂ ପାଇଁ ମତଦାତା ଉତ୍ସାହିତ ଥିବା ବେଳେ ଯୁବପିଢୀଙ୍କ ମଧ୍ୟରେ ଅଲଗା ପ୍ରକାର କ୍ରେଜ ଦେଖିବାକୁ ମିଳିଛି । ଭୋଟରଙ୍କ ଲମ୍ବା ଲାଇନ୍ ମଧ୍ୟରେ ବଧୂ ବେଶରେ ସଜ ହୋଇଥିବା ଜଣେ ଯୁବତୀଙ୍କୁ ଦେଖିବାକୁ ମିଳିଥିଲା । ଜଣେ ଯୁବତୀ ସିଧା ବିବାହ ବେଦୀରୁ ଆସି ବୁଥରେ ପହଞ୍ଚିଥିବା ଅନୁମାନ କରାଯାଉଥିଲା । ବିବାହ ବସ୍ତ୍ର ଓ ଅଳଙ୍କାର ପରିଧାନ କରିଥିବା ବେଳେ ବେକରେ ବରଣ ମାଳା ପଡିଥିଲା । ବିବାହ ସରିବା ପରେ ଭୋଟ ଦେବା ପାଇଁ ଆସିଛନ୍ତି ବା ଭୋଟ ଦେଇ ଗଲା ପରେ ତାଙ୍କର ବିବାହ ଅନୁଷ୍ଠିତ ହେବ ତାହା ସ୍ପଷ୍ଟ ଜଣା ପଡିନଥିଲା । କିନ୍ତୁ ଯୁବତୀ ଜଣଙ୍କ ବଧୂ ବେଶରେ ସଜ ହୋଇ ଭୋଟିଂ ଲାଇନାରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା ।

ଚିକ୍କମଙ୍ଗଲୁରୁ ଜିଲାର କମୋନାହଲ୍ଲି ଅଞ୍ଚଳରେ ଯୁବତୀଙ୍କ ଘର ବୋଲି ସୂଚନା ମିଳିଛି । ବିବାହ ସମାରୋହରୁ ସିଧାସଳଖ ଯୁବତୀ ମତଦାନ କେନ୍ଦ୍ର ଆସିଛନ୍ତି ଓ ଭୋଟ ଦେଇଛନ୍ତି । ଦେଶ ପାଇଁ ଅଧିକାର ସାବ୍ୟସ୍ତ କରିଥିବାରୁ ତାଙ୍କ ମନରେ ବେଶ୍ ଉତ୍ସାହ ଭରି ରହଥିବା ଦେଖିବାକୁ ମିଳିଥିଲା । ଯୁବତୀଙ୍କ ଏହି ପଦକ୍ଷେପ ଅନେକଙ୍କ ପାଇଁ ଆଦର୍ଶ ହେବ ବୋଲି ସାଧାରଣରେ ମତବ୍ୟକ୍ତ କରାଯାଇଛି ।

Get real time updates directly on you device, subscribe now.