fbpx
BSKY
BJD MC SKY
BJD YOUTH SKY

ବିକ୍ରି ହେବ ଗୋଫାଷ୍ଟ ଏୟାରଲାଇନ, ମୋହର ମାରିଛି NCLT, ୧୯ ମଇ ପର୍ଯ୍ୟନ୍ତ ବିମାନ ରଦ୍ଧ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ କମ୍ପାନୀ ବିଧି ନ୍ୟାୟାଧିକରଣ ଅର୍ଥାତ NCLT ଦେବାଳିଆ ପରିସ୍ଥିତିକୁ ସୁଧାରିବା ପାଇଁ ଗୋଫାଷ୍ଟ ପ୍ରସଙ୍ଗକୁ ସ୍ୱୀକାର କରିନେଇଛି । ଏହା ସହିତ NCLT ଗୋଫାଷ୍ଟର ପରିଚାଳନା ପାଇଁ ଅଭିଳାଷ ଲାଲଙ୍କୁ ମଧ୍ୟବର୍ତ୍ତୀ ସମାଧାନ ପେଶୱାର ଭାବେ ନିଯୁକ୍ତି ଦେଇଛନ୍ତି । NCLT ଗୋଫାଷ୍ଟର ନିଜ କାମ ଏବଂ ଆର୍ଥିକ ଅଶୁବିଧାକୁ ଦୂର କରିବା ସହ ଯେକୌଣସି କର୍ମଚାରୀଙ୍କ ଛଟେଇ ନ କରିବା ପାଇଁ କହିଛନ୍ତି ।

ଏହାରି ମଧ୍ୟରେ, ଏୟାରଲାଇନ କହିଛନ୍ତି ଯେ, ପରିଚାଳନା ସମ୍ବନ୍ଧୀୟ କାରଣରୁ ଗୋଫାଷ୍ଟ ୧୯ ମଇ ୨୦୨୩ ପର୍ଯ୍ୟନ୍ତ ଉଡାଣକୁ ରଦ୍ଧ କରିଦେଇଛି । ପ୍ରାଇଭେଟ ବିମାନ ସେକ୍ଟରର ଗୋଫାଷ୍ଟ ଏୟାରଲାଇନ ନିଜକୁ ଦେବାଳିଆ ପ୍ରକ୍ରିୟାରେ ଯିବା ପାଇଁ ଅପିଲ କରିଥିଲେ ।

ଗୋଫାଷ୍ଟ ଏୟାରଲାଇନ ପୂର୍ବରୁ ଜେଟ ଏୟାରବେଜର ମଧ୍ୟ ଏହି ଅବସ୍ଥା ହୋଇଛି । ସଙ୍କଟ କାରଣରୁ ଜେଟ ଏୟାରବେଜ ଏପ୍ରିଲ ୨୦୧୯ରେ ଉଡାଣ ସେବାକୁ ବନ୍ଦ କରିଦେଇଛନ୍ତି । ଏହାପରେ କମ୍ପାନୀ ଦେବାଳିଆ ପ୍ରକ୍ରିୟାକୁ ଚାଲିଗଲେ ଏବଂ ଏହାର ନୂଆ ମାଲିକ କାଲରାଙ୍କ କ୍ୟାପିଟାଲ-ମୂରାରୀ ହୋଇଛନ୍ତି ।

Get real time updates directly on you device, subscribe now.