fbpx
BJD SKY
BJD SKY

ଓଦା କପଡ଼ା ବ୍ୟବହାର କରି ୧ ମିନିଟରେ ଜାଣିପାରିବେ ଆପଣଙ୍କ ସିଲିଣ୍ଡରରେ କେତେ ଗ୍ୟାସ୍ ବାକି ଅଛି, ଜାଣନ୍ତୁ ଏହି ଟ୍ରିକ୍

BJD

ନୂଆଦିଲ୍ଲୀ: ରୋଷେଇ କରିବା ସମୟରେ ଗ୍ୟାସ ସରିଯିବା ହେଉଛି ଏକ ସାଧାରଣ କଥା । ଅନେକ ଥର ଏପରି ହୁଏ ପରିବା କଢ଼େଇରେ ବସାଇବା ପରେ ଗ୍ୟାସ ସରିଯାଏ । ଏଭଳି ପରିସ୍ଥିତିରେ ଇଣ୍ଡେନ୍ ଏପରି ଏକ ଗ୍ୟାସ ସିଲିଣ୍ଡର ଲଞ୍ଚ କରିଛନ୍ତି ଯାହା ହେଉଛି ଏକ ଟ୍ରାନ୍ସପରେଣ୍ଟ ସିଲିଣ୍ଡର୍ । ଏଥିରେ କେତେ ଗ୍ୟାସ୍ ରହିଛି ତାହା ସ୍ପଷ୍ଟ ଭାବରେ ଜଣାପଡ଼ିବ । ଅନ୍ୟ ପଟେ, ଯଦି ଆପଣଙ୍କର ସାଧାରଣ ସିଲିଣ୍ଡର ଥାଏ, ତେବେ ଆପଣ ସହଜରେ ଯେ ଓଦା କପଡା ସହିତ କେତେ ଗ୍ୟାସ୍ ବାକି ଅଛି ଜାଣିପାରିବେ ।

ଏଥିପାଇଁ କପଡାକୁ ଗ୍ୟାସ ସିଲିଣ୍ଡରରେ ଭିଜାଇ ପୁରା ସିଲିଣ୍ଡରରେ ଲଗାନ୍ତୁ । ସିଲିଣ୍ଡର ଓଦା ହେବାପରେ କପଡ଼ାଟିକୁ ହଟାଇ ଦିଅନ୍ତୁ । ବର୍ତ୍ତମାନ ଅତି ନିକଟରୁ ଦେଖିଲେ, ଆପଣ ଦେଖିପାରିବେ ଯେ, ସିଲିଣ୍ଡରର କିଛି ଅଂଶ ଓଦା ରହିଥିବ ଏବଂ କିଛି ଅଂଶ ଶୁଖିଲା ହୋଇଯାଇଥିବ । ତେବେ ସିଲିଣ୍ଡରର ଯେତିକି ଅଂଶ ଶୁଖିଲା ପଡ଼ିଥାଏ ସେତିକି ଭାବରେ ଗ୍ୟାସ ନଥାଏ । ଏହି ଉପାୟରେ ଆପଣ ସହଜରେ ଜାଣିପାରିବେ ସିଲିଣ୍ଡରରେ କେତେ ଗ୍ୟାସ୍ ବାକି ଅଛି । ଏଥିପାଇଁ, ପ୍ରତି ଦୁଇ-ତିନି ଦିନର ବ୍ୟବଧାନରେ ଆପଣ ମାନେ ସହଜରେ ଗ୍ୟାସ୍ କେତେ ପରିମାଣରେ ରହିଛି ଜାଣିପାରି ଗ୍ୟାସ୍ ବୁକ୍ କରିପାରିବେ ।

କଣ ରହିଛି ଏହା ପଛରେ ବିଜ୍ଞାନ:

ଗ୍ୟାସ ଥିବା ଅଂଶ ଠାରୁ ଖାଲି ଥିବା ଭାଗ ଆଂଶିକ ଗରମ ରହିଥାଏ । ଏହି ସମୟରେ ଓଦା କପଡ଼ା ରଖିବା ଦ୍ୱାରା ସିଲିଣ୍ଡର ଓଦା ହୋଇଯାଏ ଏବଂ ଖାଲି ଅଂଶ ଜଲଦି ଶୁଖିଯାଏ । ତେଣୁ ସିଲିଣ୍ଡରରେ ସଫା ସଫା ଦେଖାଯାଏ ଯେ, କେତେ ଅଂଶରେ ଗ୍ୟାସ ରହିଛି ଏବଂ କେତେ ଅଂଶରେ ଗ୍ୟାସ୍ ନାହିଁ ।

Get real time updates directly on you device, subscribe now.