fbpx

ଆର ପାରିରେ SUDOKUର ଗଡଫାଦର; ଦୈନିକ ୧୦ କୋଟି ଲୋକ ଖେଳନ୍ତି ଏହି ଖେଳ

ନୂଆଦିଲ୍ଲୀ: ସୁଡୋକୁର ଗଡଫାଦର ମାକି କାଜି ୬୯ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ସୁଡୋକୁ ଖେଳର ଆବିଷ୍କାରକ ମାକି କାଜଙ୍କ ପରଲୋକ ହୋଇଥିବା ନେଇ ତାଙ୍କ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ପିତ୍ତନଳୀରେ କ୍ୟାନ୍ସର କାରଣରୁ ମାକି କାଜିଙ୍କ ନିଧନ ହୋଇଥିବା ଜଣାପଡିଛି । ୟୁନିଭର୍ସିିଟି ଡ୍ରପ୍ ଆଉଟ ରହିଥିବା କାଜିଙ୍କ ଯାତ୍ରା ଅତ୍ୟନ୍ତ ପ୍ରେରଣାଦାୟୀ । ନିଜର ପତ୍ରିକା ଛାପିବା ପୂର୍ବରୁ କାଜି ପ୍ରଥମେ ଏକ ପ୍ରିଣ୍ଟିଂ ପ୍ରେସରେ କାମ ଆରମ୍ଭ କରିଥିଲେ । ଦୁଇ ଦଶନ୍ଧି ପୂର୍ବରୁ ଏହି ଖେଳ ଲୋକପ୍ରିୟ ହେବା ସହିତ ସମଗ୍ର ବିଶ୍ୱର ବିଭିନ୍ନ ପ୍ରତ୍ରିକାରେ ଏହି ଖେଳକୁ ସାମିଲ କରାଯାଇଥିଲା । ଏହି ଖେଳକୁ ନେଇ ସମଗ୍ର ବିଶ୍ୱରେ ୨୦୦୬ ପରଠାରୁ ଏକ ବିଶ୍ୱ ଚାମ୍ପିଅନଶିପ୍ ଅନୁଷ୍ଠିତ ହୋଇଛି ।

ଜାପାନର ହୋକ୍କାଡିଓ ସହରରେ କାଜିଙ୍କ ଜନ୍ମ । କେଇଓ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେଇଥିଲେ ହେଁ ପ୍ରଥମ ବର୍ଷରୁ ହିଁ କଲେଜ ଛାଡିବାକୁ ପଡିଥିଲା । ବିଭିନ୍ନ କମ୍ପାନୀରେ କାମ କରିବା ପରେ ୧୯୮୦ରେ ନିଜର ପଜଲ ଗେମ୍ ପ୍ରତ୍ରିକା ନିକୋଲି ପ୍ରତିଷ୍ଠା କରିଥିଲେ କାଜି । ୩ ବର୍ଷ ପରେ ସିମାନ ନାମରେ ଏକ କମ୍ପାନୀ ମଧ୍ୟ ପ୍ରତିଷ୍ଠା କରିଥିଲେ କାଜି । ଏହାପରେ ସୁଡୋକୁ ଗେମ୍ ଲୋକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିବା ସହିତ କାଜି ମଧ୍ୟ ଲୋକପ୍ରିୟ ହୋଇଥିଲେ । ଆଜିର ଦିନରେ ଦୈନିକ ୧୦ କୋଟି ଲୋକ ଏହି ଖେଳ ଖେଳିଥାନ୍ତି । ବିଗତ ଜୁଲାଇ ମାସରେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ନିଜ ପଦବୀରୁ ଓହରି ଯାଇଥିଲେ କାଜି ।

Get real time updates directly on you device, subscribe now.