fbpx

୪୨ ବର୍ଷୀୟା ଦିଦି ପଠାଇଲେ NUDE ଫଟୋ; କହିଲେ SEX କର ଟଙ୍କା ଦେବି

ନୂଆଦିଲ୍ଲୀ: ଦୁନିଆର ସବୁଠୁ ପବିତ୍ର ସମ୍ପର୍କ ହେଉଛି ଗୁରୁ-ଶିଷ୍ୟ ସମ୍ପର୍କ । ତେବେ ଏହି ପବିତ୍ର ସମ୍ପର୍କକୁ କଳଙ୍କିତ କରିଛନ୍ତି ଜଣେ ଆମେରିକୀୟ ଶିକ୍ଷୟିତ୍ରୀ । ୪୨ ବର୍ଷୀୟା ଶିକ୍ଷୟିତ୍ରୀ ଜଣକ ନିଜର ୧୬ ବର୍ଷୀୟ ଛାତ୍ର ନିକଟରେ ନିଜର ଯୌନକାଂକ୍ଷା ପୂରଣ କରିବାକୁ ଯାଇ ବର୍ତ୍ତମାନ ଜେଲର ଚାରି କାନ୍ଥ ମଧ୍ୟରେ ଅଛନ୍ତି । ଶିକ୍ଷକଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର କୁହାଯାଉଥିବା ବେଳେ ଟେନିସିରେ ଏମିତି ଏକ ଘଟଣା ଘଟିଛି ଯାହାକୁ ହଜମ କରିବା କଷ୍ଟସାଧ୍ୟ ।

ଟେନିସିର ୪୨ ବର୍ଷୀୟା ପୂର୍ବତନ ମହିଳା ଶିକ୍ଷୟିତ୍ରୀ ଜଣଙ୍କ ନିଜ ଛାତ୍ର ସହିତ ଖରାପ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ । ଏନେଇ ପୀଡିତ ବାଳକର ମା ଥାନାରେ ଅଭିଯୋଗ କରିବା ପରେ ଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଛି । ଗତ ଜୁଲାଇ ୧୮ ତାରିଖରେ ସମନେର କାଉଣ୍ଟି ସେରିଫଙ୍କ କାର୍ଯ୍ୟାଳୟରେ ଏ ସମ୍ପର୍କରେ ଅଭିଯୋଗ କରାଯାଇଥିଲା । ୪୨ ବର୍ଷୀୟା ଶିକ୍ଷୟିତ୍ରୀ କେରୀ ନର୍ମାନ ତାଙ୍କ ପୁଅକୁ ନିଜର ନଗ୍ନ ଛବି ପଠାଇବା ସହିତ ଯୌନ ସମ୍ପର୍କ ରଖିବା ପାଇଁ ପଇସାର ପ୍ରଲୋଭନ ଦେଖାଉଥିବା ନେଇ ଅଭିଯୋଗ କରିଥିଲେ ପୀଡିତଙ୍କ ମା’ ।

ଶିକ୍ଷୟିତ୍ରୀ ଜଣକ ସୋସିଆଲ ମିଡିଆ ସାଇଟ ସ୍ନାପଚାଟ ଜରିଆରେ ଛାତ୍ର ଜଣଙ୍କୁ ନିଜର ନ୍ୟୁଡ ପଠାଇଥିଲେ । ଏହା ସହିତ ପଇସା ନେଇ ସେକ୍ସ କରିବା ପାଇଁ ମଧ୍ୟ ପ୍ରରୋଚିତ କରିଥିଲେ । ମାମଲାର ତଦନ୍ତ ପରେ ଯୌନ ଶୋଷଣ ଆଧାରରେ ଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.