fbpx

ରାଜ୍ୟରେ ବନ୍ୟା ସ୍ଥିତି ନେଇ କଣ କହିଲେ ଏସଆରସି, ଜାଣନ୍ତୁ

ଭୁବନେଶ୍ୱର, ୩୦ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି କଟକ ମୁଣ୍ଡୁଳିରେ ମହାନଦୀରେ ୧୦ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଅନ୍ୟପଟେ ବୁଢ଼ାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ ନଦୀର ଜଳସ୍ତର କମିଛି । ରେଙ୍ଗାଲି ଡ୍ୟାମରେ ଖୋଲାଥିବା ଏକମାତ୍ର ଗେଟ୍ ବି ବନ୍ଦ ହୋଇଛି । ହୀରାକୁଦ ଜଳ ପ୍ରବେଶ କମିଛି ଓ ଜଳସ୍ତର ୬୨୮ ଫୁଟ ରହିଛି । ତଳିଆ ଅଞ୍ଚଳରୁ ପାଣି ଆସି ହୀରାକୁଦ ଜଳଭଣ୍ଡାରରେ ପଶୁଛି ।

ବନ୍ୟା ପାଣି ପଶି ରାଜ୍ୟରେ ମୋଟ ୩୨ଟି ଘାଇ ହୋଇଥିବା ବେଳେ ସେଥିରୁ ୨୪ଟି ଯାଜପୁର ଜିଲ୍ଲାର ବରୀ ଅଞ୍ଚଳରେ ହୋଇଛି । ତେଣୁ ବନ୍ୟାରେ ସବୁଠୁ ବରୀ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବାରୁ ସ୍ୱତନ୍ତ୍ର ଫୋକସ କରାଯାଉଛି । ହୀରାକୁଦ ପାଣି ସମୁଦ୍ରରେ ମିଶିବାକୁ ଆଉ ୧୫ଘଣ୍ଟା ଲାଗିବ । ଏହାସହ ଉପର ମୁଣ୍ଡରେ ବର୍ଷା ନଥିବାରୁ ବିଶେଷ ଅସୁବିଧା ନାହିଁ ବୋଲି ଏସଆରସି କହିଛନ୍ତି ।

Get real time updates directly on you device, subscribe now.