fbpx

କାହିକିଁ ଆତ୍ମହତ୍ୟା କରିଥିଲେ ସୁଶାନ୍ତ? ମରିବାର କିଛି ଘଣ୍ଟା ପୂର୍ବରୁ ନିଜେ କହିଥିଲେ କାରଣ

ବଲିଉଡ ଜଗତର ସଫଳ ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତ ୧୪ ଜୁନରେ ବାନ୍ଦ୍ରାସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତ୍ୟୁ ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । କିନ୍ତୁ ମୃତ୍ୟୁ ପଛର ପ୍ରକୃତ କାରଣ ଜାଣିବା ପାଇଁ ସମସ୍ତେ ଇଚ୍ଛୁକ । ଜଣାପଡିଛି କି, ଜୁନ୍ ୧୪ରେ ଆତ୍ମହତ୍ୟା କରିବା ପୂର୍ବରୁ ସୁଶାନ୍ତ ସିଂ ରାଜପୁତ ତୁଙ୍କ ଟ୍ୱିଟର ଆକାଉଣ୍ଟରେ ୩ଟି ଟ୍ୱିଟ୍ କରିଥିଲେ । ଏହା ପରେ ସେ ଏହାକୁ ଡିଲେଟ୍ କରିଦେଇଥିଲେ । ସୁଶାନ୍ତ ଏହି ଟ୍ୱିଟକୁ ୧୪ ଜୁନ୍ ସକାଳ ୫ଟା ୪୩ ମିନିଟରେ କରିଥିଲେ ।

ତେବେ ସୁଶାନ୍ତଙ୍କ ଲହି ୩ ଟି ଟ୍ୱିଟ୍ ଏବେ ସାମନାକୁ ଆସିଛି । ଯାହାକୁ ବଢିବା ପରେ ଜଣାପଡୁଛି କି ମରିବା ସମୟରେ ସୁଶାନ୍ତଙ୍କ ମନୋବଳ କିପରି ରହିଥିଲା ।
ସୁଶାନ୍ତ ତାଙ୍କ ପ୍ରଥମ ଟ୍ୱିଟରେ ଲେଖିଥିଲେ ଯେ,’ ଆମ ପୁରୁଷମାନଙ୍କୁ ଆମ ସ୍ୱାସ୍ଥ୍ୟ, ଆମ ମାନସିକ ସ୍ଥିତି, ଆମ ବିଚାରଧାରା, ଆମ ଜୀବନ ବିଷୟରେ ପଚରାଯାଏ ନାହିଁ । ଆମକୁ ସେହିପରି ବ୍ୟବହାର କରାଯାଏ ନାହିଁ । ମୁଁ ଏହି ସବୁ ଦେଇ ଗତି କରିସାରିଛି ଓ ଏହି ପରି ଚେଷ୍ଟା କରି କରି ମୁଁ ଥକି ପଡିଲିଣି । ଆପଣଙ୍କ ସହିତ ଏକ ଲମ୍ବାର ଯାତ୍ରା ରହିଲା । ମୁଁ ଜାଣେ ନାହିଁ ମୁଁ କାହିଁକି ଟ୍ୱିଟ୍ କରୁଛି ।’

 

ସେହିପରି ଦ୍ୱିତୀୟ ଟ୍ୱିଟରେ ସୁଶାନ୍ତ ଲେଖିଛନ୍ତି ଯେ, ମୁଁ ମୋ ଜୀବନ କଷ୍ଟ ସହିତ ବହୁତ ଲଢି ସାରିଲିଣି । ମୁଁ ଏହି ଟ୍ୱିଟଗୁଡିକୁ କିଛିଚ ସମୟ ମଧ୍ୟରେ ଡିଲିଟ୍ କରିଦେବି । ଯାହାଦ୍ୱାରା ଆପଣଙ୍କ ମଧ୍ୟରେ କେହି କେହି ଜାଣିପାରିବେ କି, ମୁଁ ମିଡୋକର ସଫଳତାରେ ବିରକ୍ତ ହୋଇସାରିଛି । ମୋତେ ଖ୍ୟାତି ଦରକାର ନାହିଁ, ଏହା ଅତ୍ୟନ୍ତ ଆରାମ ଦାୟକ ହେବ, କିନ୍ତୁ ଏହାକୁ ସାମ୍ନା କରିବା ଅତ୍ୟନ୍ତ ବିରକ୍ତ ।’

 

ଏହା ପରେ ସୁଶାନ୍ତ ଶେଷ ଟ୍ୱିଟରେ ଲେଖିଥିଲେ ଯେ, ‘ ମୁଁ ଏସବୁ କିଛି ଭଲ ଉଦ୍ଦେଶ୍ୟରେ ଶେଷ କରୁଛି । ଦୂରକୁ ଯାଉଛି ତୁୁମାନଙ୍କ ପାଖରେ ରହିବା ପାଇଁ । ହୋଇପାରେ ଏହା ପରେ ଲୋକମାନେ ପରସ୍ପର ସହ କଥା ହୋବରେ ଆରମ୍ଭ କରିବେ । ନିଜର ବିଚାରକୁ ନିଜ ଭିତରେ ବନ୍ଦ କରିବେ । ପୁଣି ଥରେ ଦୁନିଆର ଅନ୍ୟ ପାଶ୍ୱର୍ରେ ଦେଖାହେବା, ଗୁଡ ବାଏ ।’

 

ତେବେ ଗତ ସୋମବାର ଦିନ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ମୁମ୍ବାଇରେ କରାଯାଇଥିଲା ।

Get real time updates directly on you device, subscribe now.