fbpx

ଆସନ୍ତା ୧୮ରେ ରଥଯାତ୍ରା ଶୁଣାଣି

ପୁରୀ, ୧୬ା୬(ଓଡ଼ିଶା ଭାସ୍କର): ଆସନ୍ତା ଜୁନ ୨୩ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା ସଂକ୍ରମଣ ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ରଥଯାତ୍ରା ହେବ କି ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଏହାରି ଭିତରେ ଏହି ମାମଲା ଏବେ ଓଡ଼ିଶା ହାଇକୋର୍ଟରୁ ସୁପ୍ରିମକୋର୍ଟରେ ପହଞ୍ଚିଛି । ଜୁନ ୧୮ରେ ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ପରବର୍ତ୍ତୀ ଶୁଣାଣି ହେବ । ୪ଟି ଯାକ ମାମଲାର ଏକତ୍ର ଶୁଣାଣି ହେବା ନେଇ ସୂଚନା ରହିଛି । ରଥଯାତ୍ରା ସପକ୍ଷରେ ୨ଟି ଓ ବିପକ୍ଷରେ ୨ଟି ମାମଲା ହୋଇଛି । ସୁପ୍ରିମକୋର୍ଟ ଓକିଲ ହିତେନ୍ଦ୍ର ନାଥ ରଥ ଏନେଇ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଆଜି ରଥ ପ୍ରତିଷ୍ଠା ପାଇଁ ଦେଉଳ ପୁରୋହିତଙ୍କୁ ଅନୁମତି ପତ୍ର ଦିଆଯାଇଛି । ଦେଉଳ ପୁରୋହିତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ଅନୁମତି ପତ୍ର । ତେଣୁ ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ସମ୍ଭାବନା ବଢ଼ିିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.