fbpx

ମଦ ପିଉଥିବା ଧରାପଡିଲେ ୫୦୦୦ ଟଙ୍କା ଜରିମାନା; ଲାଗିଲା କ୍ୟାବିନେଟ୍ ମୋହର

AAKASH

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ଏହି କ୍ୟାବିନେଟ୍ ବୈଠକରେ ମୋଟ ୧୪ ଏଜେଣ୍ଡା ଉପରେ ମୋହର ଲାଗିଛି, ଯେଉଁଥିରେ ସବୁଠାରୁ ମହତ୍ୱପୂର୍ଣ୍ଣ ମଦବନ୍ଦ ସଂଶୋଧନ ଆଇନ ୨୦୨୨ ଅଧିନରେ ଜରିମାନା ଟଙ୍କା ଓ ମାଜିଷ୍ଟ୍ରେଟଙ୍କ ଅଧିକାରକୁ ଅଧିସୂଚିତ କରିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । କ୍ୟାବିନେଟର ନିଷ୍ପତ୍ତି ଅନୁସାରେ, ୧ ଏପ୍ରିଲ ୨୦୨୨ ଠାରୁ ରାଜ୍ୟ ସରକାରୀ କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କର ବଢ଼ିଛି ୩ % ମହଙ୍ଗା ଭତ୍ତା ।

ବିହାରରେ ମଦବନ୍ଦ ସଂଶୋଧନ ବିଲ ଆଇନ ୨ଟି ଗୃହରେ ପାରିତ ହୋଇସାରିଛି । ରାଜ୍ୟପାଳଙ୍କ ଅନୁମୋଦନ ପାଇବା ପରେ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ । ଏହି ନୂଆ ନିୟମ ଅନୁସାରେ, ପ୍ରଥମ ଥର ମଦ ପିଉଥିବା ଧରାପଡିଲେ ଲୋକ ଜରିମାନା ଦେଇ ବର୍ତ୍ତିପାରିବେ । ପ୍ରଥମ ଥର ମଦ ନିଉଥିଲେ ୨ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମ।।ନ ଦେବାକୁ ପଡିବ । ଜରିମାନାର ପରିମାଣ କ’ଣ ହେବ, ତାହା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥିର ହେବ । ନୂଆ ନିୟମ ଅନୁସାରେ, ମଦ ପିଉଥିବା ଲୋକମାନେ ଜରିମାନା ଦେବା ସହ ଜେଲଦଣ୍ଡ ବି ଭୋଗିପାରନ୍ତି । ଏହା ସହ ଦ୍ୱିତୀୟ ଥର ଧରାପଡିଲେ ୧ ବର୍ଷ ବାଧ୍ୟତାମୂଳକ ଜେଲଦଣ୍ଡ ଦିଆଯିବ ।

Get real time updates directly on you device, subscribe now.