fbpx

ଏଣିକି ନାକ ତଳକୁ ରହିଲେ ମାସ୍କ ଗଣିବେ ମୋଟା ଅଙ୍କର ଅର୍ଥ !

ନୂଆଦିଲ୍ଲୀ ୧୭ ।୪ (ଓଡିଶା ଭାସ୍କର) : ରେଳ ମନ୍ତ୍ରାଳୟ ପକ୍ଷରୁ ନୂଆ ନିୟମ ଲାଗୁ ହୋଇଛି । ଏଣିକି ଷ୍ଟେସନ୍ କିମ୍ବା ଟ୍ରେନରେ ଯାତ୍ରା କଲା ବେଳେ ମାସ୍କ ନ ପିନ୍ଧିଥିଲେ ଗଣିବାକୁ ପଡିବ ମୋଟା ଅଙ୍କର ଅର୍ଥ । ଟ୍ରେନ୍ ତଥା ଷ୍ଟେସନ୍ ପରିସର ଭିତରେ ମାସ୍କ ପନ୍ଧିନଥିବେ କିମ୍ବା ଏହାକୁ ସଠିକ୍ ରୂପେ ମୁହଁରେ ଘୋଡାଇ ନଥିବେ ତେବେ ଏଥିପାଇଁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଏହାସହ ରେଳ କର୍ମଚାରୀ ଏବଂ ଯାତ୍ରୀ ମାନଙ୍କୁ ଷ୍ଟେସନ୍ ପରିସରରେ ଛେପ ପକାଇବା ପାଇଁ ମଧ୍ୟ ବାରଣ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏହି ନିର୍ଦ୍ଦେଶ ରେଳ ମନ୍ତ୍ରାଳୟର ସବୁ ଜୋନକୁ ଜାରି ହୋଇଛି । ଦେଶରେ କରୋନା ବଢିବାରେ ଲାଗିଛି । ସରକାର କୋଭିଡ୍ ନିୟମ କରିଥିଲେ ମଧ୍ୟ ଏହାକୁ ଅନେକ ମାନୁ ନାହାନ୍ତି । ତେଣୁ ସଂକ୍ରମଣ ଧୀରେ ଧୀରେ ଉଗ୍ରରୂପ ନେବାର ଲାଗିଲାଣି । କରୋନା ସଂକ୍ରମଣ ରୋକିବା ପାଇଁ ଆସନ୍ତା ୬ ମାସ ଯାଏ ରେଳ ମନ୍ତ୍ରାଳୟ ଏହି ନିର୍ଦ୍ଦେଶ ଜାରି କରିଛି ।

Get real time updates directly on you device, subscribe now.