fbpx

ଚନ୍ଦ୍ରମା ଅଭିଯାନ ପାଇଁ ନାସାର ଏଲନ ମସ୍କଙ୍କ ସହ ୨.୮୯ ବିଲିୟନ ଡଲାରର ଚୁକ୍ତି

ନୂଆ ଦିଲ୍ଲୀ, ୧୭/୦୪: ‘ସ୍ୱେସ ଏକ୍ସ’ର ମାଲିକ ତଥା କୋଟିପତି ଏଲନ ମସ୍କଙ୍କ ସହ ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା ସହିତ ଚନ୍ଦ୍ରମା ଅଭିଯାନ ପାଇଁ ୨.୮୯ ବିଲିୟନ ଡଲାରର ଚୁକ୍ତି କରିଛି । ଏଲନ ମସ୍କ ଦୀର୍ଘ ପାଞ୍ଚ ଦଶନ୍ଧି ପରେ ପ୍ରଥମ ଥର ପାଇଁ ନାସାର ମହାକାଶଚାରୀଙ୍କୁ ଚନ୍ଦ୍ର ପୃଷ୍ଠକୁ ନେବାପାଇଁ ଅନ୍ତରୀକ୍ଷ ଯାନ ‘ଷ୍ଟାରସିପ’ର ନିର୍ମାଣ କରିବେ । ନାସା ସହିତ ହୋଇଥିବା ଏହି ଚୁକ୍ତିକୁ ନେଇ ଏଲନ ମସ୍କଙ୍କ ଆତ୍ମ ବିଶ୍ୱାସ ବଢିଛି । ନାସା Artemis ମିଶନ ପାଇଁ ଏକ ବଡ ଚୁକ୍ତି ଆକରରେ ଏହାକୁ ଏଲନ ମସ୍କଙ୍କ କଂପାନୀ ସ୍ପେସ ଏକ୍ସକୁ ଦେଇଛି ।

ନାସାର ଚନ୍ଦ୍ରମା ମିଶନ ପାଇଁ ରକେଟ ତିଆରି କରିବାର ଚୁକ୍ତି ଏଲନ ମସ୍କଙ୍କୁ ମିଳିଛି । ଏଲନ ମସ୍କଙ୍କ ଏହି ଅନ୍ତରୀକ୍ଷ ଯାନର ନାମ ‘ଷ୍ଟାରସିପ’ ରହିଛି । ଏହି ଯାନ ଦ୍ୱାରା ଏଲନ ମସ୍କ ମଙ୍ଗଳ ଗ୍ରହକୁ ଯିବାର ମଧ୍ୟ ଲକ୍ଷ୍ୟ ରଖିଛନ୍ତି । ସେ ଚାହିଁଛନ୍ତି ମଙ୍ଗଳ ଗ୍ରହରେ ମଣିଷଙ୍କ ପାଇଁ ସହର ତିଆରି ହେଉ ଯେଉଁଠାରେ ମଣିଷ ରହିପାରିବ । ସୂଚନାଯୋଗ୍ୟ ଆମେରିକୀୟ ସ୍ପେଶ ଏଜେନ୍ସିର Artemis Mission ଚନ୍ଦ୍ରମାକୁ ନା କେବଳ ପ୍ରଥମ ମହିଳାଙ୍କୁ ପଠାଇ ଇତିହାସ ସୃଷ୍ଟି କରିବାକୁ ଯାଉଛି , ଏହା ଚନ୍ଦ୍ରକୁ ପ୍ରଥମ କୃଷ୍ଣକାୟ ବ୍ୟକ୍ତିଙ୍କୁ ମଧ୍ୟ ପଠାଇବାକୁ ଯାଉଛି ।

CNN ର ସୂଚନା ଅନୁଯାୟୀ ଦେଶର ବାଇଡେନ ସରକାର ଏହି ନିଷ୍ପତ୍ତି ନେଇଛି । ୨୦୨୪ରେ ହେବାକୁ ଥିବା ମୁନ ମିଶନରେ କୃଷ୍ଣକାୟ ବ୍ୟକ୍ତି ରହିବେ । Artemis Mission  ପାଇଁ ପ୍ରଥମ କ୍ୟାଡର ମହାକାଶଚାରୀଙ୍କ ନାମ ଡିସେମ୍ବରରେ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.