fbpx

ଯୌତୁକ ଦିଅ ନହେଲେ ଶାଳୀ ସହ ବିବାହ କର

ବୌଦ୍ଧ, ୧୭ ।୪ (ଓଡିଶା ଭାସ୍କର) : ବିବାହକୁ ପୁରିଗଲାଣି ୪ ବର୍ଷ ହେଲେ ଏବେ ଯାଏଁ ଯୌତୁକ ନିର୍ଯ୍ୟାତନାର ଶିକାର ହେଉଛନ୍ତି ମହିଳା । ପତ୍ନୀଠାରୁ ଯୌତୁକ ଦାବି କରି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ନାବାଳିକା ଶାଳୀକୁ ବିବାହ କରିବାନେଇ ଅଜବ ଯୁକ୍ତି କରୁଛି ଜ୍ୱାଇଁ । ଖାଲି ସେତିକି ନୁହେଁ ଶାଳୀକୁ ବିବାହ କରିବା ପାଇଁ ଶାଶୁ ଓ ଶଶୂରଙ୍କୁ ମାଡ ମାରି ନାବାଳିକା ଶାଳୀକୁ ଅପହରଣ କରିବାକୁ ମଧ୍ୟ ଚେଷ୍ଟା କରିଛି ଜ୍ୱାଇଁ । ଏଥିପାଇଁ ନାବାଳିକା ଶାଳୀ ଜଣକ ଆତ୍ମସମ୍ମାନ ପାଇଁ ବିଷ ପିଇ ଗୁରୁତର ହୋଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ।

ସୁଚନା ଅନୁସାରେ, ବୌଦ୍ଧ ଥାନା ଅଞ୍ଚଳରେ ରହୁଥିବା ଲବ ସାହୁଙ୍କ ପୁଅ ରାଜେଶ ୪ ବର୍ଷ ତଳେ ମନମୁଣ୍ଡା ଥାନା ଚୌରିଆପଦରର ଶ୍ୟାମସୁନ୍ଦର ସାହୁଙ୍କ ଝିଅ ଦୀପାଳିଙ୍କୁ ବିବାହ କରିଥିଲା । ବିବାହ ବେଳେ ଦୀପାଳିଙ୍କ ପରିବାର ଯୌତୁକ ମୁତାବକ ଜିନିଷ ବି ଦେଇଥିଲେ । କିନ୍ତୁ ରାଜେଶ ଅଧିକ ଯୌତୁକ ଓ ନଗଦ ୧ ଲକ୍ଷ ଟଙ୍କା ବାପଘରୁ ଆଣିବାକୁ କହି ଦୀପାଳିଙ୍କୁ ନିର୍ୟାତନା ଦେଇ ଆସୁଥିଲା । ଦାବି କରି ଦୀପାଳିକୁ ମାଡ ମଧ୍ୟ ମାରୁଥିଲା । ପରେ ରାଜେଶ ୧୪ ବର୍ଷର ନାବାଳିକା ଶାଳୀଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ । ସ୍ତ୍ରୀ ପ୍ରତିବାଦ କରିବାରୁ ସ୍କୁଲ ଗଲାବେଳେ ଶାଳୀଙ୍କୁ ଅପହରଣ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା । ଶାଳୀକୁ ବିବାହ କରିବା ପାଇଁ ଶାଶୁ ଓ ଶ୍ବଶୁରଙ୍କୁ ମଧ୍ୟ କହିଥିଲା ଜ୍ୱାଇଁ । ମାତ୍ର ସେମାନେ ଏଥିରେ ରାଜି ନହେବାରୁ ଶାଳୀକୁ ଅପହରଣ କରିବାକୁ ଧମକ ଦେଇଥିଲା ।

ଏଥିପାଇଁ ଉକ୍ତ ଶାଳୀ ଲୋକ ଲଜ୍ୟାକୁ ଭୟ କରି ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା । ଏବେ ସେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାପରେ ରାଜେଶ ଗତ ୧୪ ତାରିଖ ସ୍ତ୍ରୀ ଓ ସାନ ପୁଅକୁ ଶ୍ବଶୁର ଘରେ ଛାଡ଼ି ଦେଇଥିଲେ । ସେହି ଦିନ ଅପରାହ୍ନରେ ଆଉ ୩ ଜଣଙ୍କ ସହ ୨ଟି ବାଇକରେ ଆସି ଶାଳୀକୁ ବାହା ନ ଦେଲେ ନାବାଳକ ଶଳାକୁ ମାରିଦେବ ବୋଲି କହି ବାଇକ୍ରେ ବସାଇ ଅପହରଣ କରି ନେଇଯାଉଥିଲେ । ଏହି ସମୟରେ ଗ୍ରାମବାସୀ ମାନେ ସେମାନଙ୍କଠାରୁ ନାବାଳକକୁ ଉଦ୍ଧାର କରିଥିଲେ । ଏ ନେଇ ମନମୁଣ୍ଡା ଥାନାରେ ମାମଲା ରୁଜୁ କରାଯାଇଛି । ଏତଲା ଆଧାରରେ ଜ୍ବାଇଁ ସହ ୩ ସାଙ୍ଗକୁ ପୋଲିସ ଗିରଫ କରିଛି ।

Get real time updates directly on you device, subscribe now.