fbpx

ରାସନ ଦୋକାନରେ ଫିଙ୍ଗର ପ୍ରିଣ୍ଟ ମନା

ଭୁବନେଶ୍ୱର,୧୮ ।୭(ଓଡିଶା ଭାସ୍କର): ରାଜ୍ୟର ୪ ଜିଲ୍ଲା ଯଥା- ଖୋର୍ଧା, କଟକ, ଗଞ୍ଜାମ, ଯାଜପୁର ସମେତ ରାଉରକେଲା ସହରରେ ଆଜିଠାରୁ ଲକଡାଉନ୍ ଲାଗୁ ହୋଇଛି । ପୂର୍ବ ଅପେକ୍ଷା ଏଥର ଲକଡାଉନ୍ ଆହୁରି କଡାକଡି ହେବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ରାସନ ଦୋକନରେ ସାମଗୀ ନେବା ବେଳେ ଫିଙ୍ଗର ପ୍ରିଣ୍ଟକୁ ମନା କରିଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କରୋନା ଦୃଷ୍ଟିରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଫିଙ୍ଗର ପ୍ରିଣ୍ଟ ମନା ହୋଇଛି । ଏହା ସହ ଫିଙ୍ଗର ପ୍ରିଣ୍ଟ ସ୍କାନର ଓ ଆଇଆରଏସ ମେସିନ ବନ୍ଦ କରିବାକୁ ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.