fbpx

ଲକଡାଉନରେ ମିଳିବ ମଦ: ଜାଣନ୍ତୁ କେମିତି ଓ କ’ଣ ରହିଛି ଗାଇଡଲାଇନ୍

ଭୁବନେଶ୍ୱର ୧୮ ।୭:ଦିନକୁ ଦିନ କରୋନା ସକ୍ରିୟ ହେବାରୁ ଏହାର ମୁକାବିଲା ପାଇଁ ନୂଆ ଗାଇଡଲାଇନ୍ କରିଛନ୍ତି ରାଜ୍ୟ ସରକାର । ଖୋର୍ଦ୍ଧା, କଟକ, ଗଞ୍ଜାମ, ଯାଜପୁର ପରି ୪ ଜିଲ୍ଲା ସମେତ ରାଉରକେଲା ସହରରେ ଆଜିଠାରୁ ଲକଡାଉନ୍ ଲାଗୁ ହୋଇଛି । ପୂର୍ବ ଅପେକ୍ଷା ଏଥର ଲକଡାଉନ୍ ଆହୁରି କଡାକଡି ହେବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।

ତେବେ ନୂଆ ଗାଇଡଲାଇନ୍ ଅନୁସାରେ, ଲକଡାଉନ ଅଞ୍ଚଳରେ ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛିି । କିନ୍ତୁ ଲକଡାଉନ ସମୟରେ ସମସ୍ତ ପ୍ରକାର ମଦ ଦୋକାନକୁ ହୋମ୍ ଡେଲିଭରି ପାଇଁ ଅନୁମତି ଦିଆଯାଇଛି । ୧୪ ଦିନିଆ ଲକ ଡାଉନ୍ ସମୟରେ ମଦ ଦୋକାନ ନ ଖୋଲି କେବଳ ହୋମ୍ ଡେଲିଭରି କରିବାକୁ ଅନୁମତି ଦେଇଛନ୍ତି ସରକାର ।

ଲକଡାଉନ ସମୟରେ ବିଦେଶୀ ମଦ ଯଥା ଆଇଏମ୍ଏଫ୍ଏଲ୍, ଦେଶୀ ମଦ ଓ ମହୁଲ ଆଦି ମଦକୁ ଠିପି ଖୋଲା ଓ ଠିପି ବନ୍ଦ ବ୍ୟବସାୟୀଙ୍କୁ ଅନୁମତି ଦିଆଯାଇଛି । ସେମାନେ ପୂର୍ବପରି ମଦର ହୋମ୍ ଡେଲିଭରି କରିପାରିବେ । ମଦ ହୋମ ଡେଲିଭରି କରିବା ସମୟରେ କୋଭିଡ ନିୟମ ମାନିବାକୁ ପଡିବ । ଆଇନ ଉଲ୍ଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.