fbpx

JNUSU ସଭାପତିଙ୍କ ସମେତ ୧୯ ଛାତ୍ରଙ୍କ ନାଁରେ ଏତଲା

ନୂଆଦିଲ୍ଲୀ,୭ ।୧: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ବା ଜେଏନୟୁ ହିଂସାକାଣ୍ଡ ମାମଲାରେ ଛାତ୍ର ସଭାପତିଙ୍କ ନାଁରେ ଏତଲା ଦିଆଯାଇଛି । JNUSU ସଭାପତି ଆଇଷୀ ଘୋଷଙ୍କ ସମେତ ୧୯ ଛାତ୍ରଙ୍କ ନାଁରେ ଏତଲା ଦେଇଛି ଜେଏନୟୁ ପ୍ରଶାସନ । ଜେଏନୟୁର ପ୍ରଶାସନର ଅଭିଯୋଗ ପରେ ମାମଲା ରୁଜୁ ହୋଇଛି ।

ଗତ ରବିବାର ସନ୍ଧାରେ କିଛି ମୁଖା ପିନ୍ଧା ଗୁଣ୍ଡା ଜେଏନୟୁ କ୍ୟାମ୍ପସ ଭିତରେ ପଶି ରଡ୍ ଓ ବାଡିରେ ଛାତ୍ରଙ୍କୁ ଆକ୍ରମଣ କରିଥିଲେ । ଏଥିରେ ୩୪ ଛାତ୍ରଛାତ୍ରୀ ଆହତ ହେବା ସହ ସେମାନେ ଏମ୍ସରେ ଭର୍ତ୍ତି ହୋଇଥିଲେ । ଆହତମାନଙ୍କ ମଧ୍ୟରେ JNUSU ଛାତ୍ର ସଭାପତି ଆଇଷୀ ଘୋଷ ମଧ୍ୟ ମାସିଲ ଥିଲେ । ଖବର ମୁତାବକ, ୪ ଜାନୁଆରୀରେ ଜେଏନୟୁରେ ମାରପିଟ୍ ହେବା ସହ ସର୍ଭର ରୁମ୍ ଭଙ୍ଗା ଯାଇଥିଲା । ଏଥିରେ JNUSUର ସଭାପତି ଆଇଷୀ ଘୋଷଙ୍କ ସମେତ ୭-୮ ଛାତ୍ରଙ୍କ ନାମ ସାମିଲ ଥିଲା । ଏନେଇ ଜେଏନୟୁ ପ୍ରଶାସନ ପକ୍ଷରୁ ୫ ଜାନୁଆରୀରେ ଏତଲା ଦିଆଯାଇଥିଲା ।

Get real time updates directly on you device, subscribe now.