fbpx

ବାରିପଦା ମେଡିକାଲ କଲେଜରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ବାରିପଦା: ବାରିଦା ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ । ମେଡିକାଲର ଓଟିରେ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣା ପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ନିଆଁ ଲାଗିବା ପରେ ଚାରିଆଡେ ଧୂଆଁ ଦେଖିବାକୁ ମିଳିଥିଲା । ନିଆଁ ତୃତୀୟ ମହଲାର ଆଇସିୟୁରେ ମଧ୍ୟ ଲାଗିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛି । ରୋଗୀଙ୍କୁ ସୁରକ୍ଷିତ ଭାବାରେ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.