fbpx

ଯାଜପୁର ଲାଲବାଗ ଉର୍ଦ୍ଦୁ ପ୍ରାଥମିକ ସ୍କୁଲରେ ଅଗ୍ନିକାଣ୍ଡ

Advertisement

ଯାଜପୁର : ଯାଜପୁର ଲାଲବାଗ ଉର୍ଦ୍ଦୁ ପ୍ରାଥମିକ ସ୍କୁଲରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ସ୍କୁଲଟି ପୌରପାଳିକାର ଗୋଦାମ ଭାବେ ବ୍ୟବହାର ହେଉଥିଲା । ଅଗ୍ନିକାଣ୍ଡରେ ବ୍ଲିଚିଂ, ମଶାତେଲ ସହ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି । ସଟ୍‌ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀର ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।

ତେବେ ଯାଜପୁର ଗାନ୍ଧୀଛକ ସ୍ଥିତ ଲାଲବାଗ ଉର୍ଦ୍ଧ୍ୱ ପ୍ରାଥମିକ ବିଦ୍ୟାଳୟରେ ନିଆଁ ଲାଗିଛି । ନିଆଁରେ ଫିନାଇଲ, ବ୍ଲିଚିଂ, ମଶାତେଲ ସହ ବ୍ୟାପକ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ସର୍ଟ ସର୍କିଟ ଯୋଗୁ ନଆଁ ଲାଗିଥିବା ଅନୁମାନ କରାଯାଉଛି। ପୌରପାଳିକାର ଗୋଦାମ ଗୃହ ଏକ ସ୍କୁଲ ଘରେ ଚାଲିଥିଲା । ଖବର ପାଇ ଯାଜପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରାଯାଉଛି ।

Get real time updates directly on you device, subscribe now.