fbpx

ନୂଆବର୍ଷ ଆରମ୍ଭରୁ ଅଘଟଣ: ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ୩ ମୃତ; ୫ ଆହତ

ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ ଦିନରୁ ହିଁ ଦୁଇଟି ଦୁଇଟି ଅଘଟଣ ଖବର ସ୍ତବ୍ଧ କରିଦେଇଛି । ପ୍ରଥମେ ବୈଷ୍ଣୋ ଦେବୀ ଭବନରେ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ତାମିଲନାଡ଼ୁରୁ ଆଉ ଏକ ଅଘଟଣ ସାମନାକୁ ଆସିଛି । ସୂଚନା ଯେ, ତାମିଲନାଡ଼ୁର ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହାସହିତ ଅନ୍ୟ ୫ ଜଣ ଆହତ ହୋଇଥିବା ସୂଚନା ରହିଛି । ସକାଳୁ ସକାଳୁ ଘଟିଥିବା ଏହି ଅଘଟଣ ସମ୍ପର୍କରେ ସୂଚନା ପାଇ ପୋଲିସ୍ ଓ ଅଗ୍ନିଶମ ବାହିନୀ ଉଭୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ରେସ୍କୁ ଅପରେସନ୍ ଜାରି ରହିଛି ।

Get real time updates directly on you device, subscribe now.