fbpx
BSKY
BJD MC SKY
BJD MS SKY

ଡେଲଟା ତୁଳନାରେ Omicron ବହୁତ ଦୁର୍ବଳ, ଜାଣନ୍ତୁ କାହିଁକି: AIIMS ନିର୍ଦ୍ଦେଶକ

ନୂଆଦିଲ୍ଲୀ: ନୂଆ ବର୍ଷର ଆଗମନ ହୋଇଥିଲେ ହେଁ କଟକଣା କାରଣରୁ ଜନସାଧାରଣ ସତର୍କତାର ସହ ଖୁସି ମନାଇଛନ୍ତି । ତେବେ ଏହା ମଧ୍ୟରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏକ ଆଶ୍ୱସ୍ତିକର ଖବର ଆସିଛି । ପୂର୍ବ ଭାରିଆଣ୍ଟ ଡେଲଟା ତୁଳନାରେ ଓମିକ୍ରନ ଗମ୍ଭୀର ହେବ ନାହିଁ । ଓମିକ୍ରନ ଶରୀର ମଧ୍ୟକୁ ପ୍ରବେଶ କରିବା ପରେ ଶ୍ୱାସନଳୀରେ ନିଜକୁ ନିଜେ ବିକଶିତ କରିଥାଏ । ଭାରିଆଣ୍ଟ ଶ୍ୱାସନଳୀରେ ଅଟକିବା ସହ ଫୁସଫୁସରେ ପହଞ୍ଚିବା ବେଳକୁ ବହୁତ ଦୁର୍ବଳ ହୋଇଯାଇଥାଏ । ଅପରପକ୍ଷେ ଡେଲଟା ଶ୍ୱାସନଳୀରେ ଅଟକିବା ପରିବର୍ତ୍ତେ ସିଧାସଳଖ ଫୁସଫୁସରେ ଅଟକିଥାଏ । ତେଣୁ ଡେଲଟା ଅପେକ୍ଷା ଓମିକ୍ରନ ଅଧିକ ଭୟଙ୍କର ହେବ ନାହିଁ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ।

ଜଣାପଡ଼ିଛି ଯେ, ଆଣ୍ଟିବଡି ସୃଷ୍ଟି କରିବା କ୍ଷେତ୍ରରେ ଦୁଇ ଭାରିଆଣ୍ଟର ପ୍ରଭାବ ଅଲଗା ରହିଥାଏ । ଓମିକ୍ରନରେ ମୃତ୍ୟୁ ଆଶଙ୍କା ବହୁତ କମ୍ ରହିଥିବା ବେଳେ ଡେଲଟାରେ ଲକ୍ଷ ଲକ୍ଷ ଲୋକ ମରିଥିଲେ । ଓମିକ୍ରନ ସଂକ୍ରମଣରେ ଗଳା, ନାକ, ପିଠିର ତଳ ଭାଗରେ ଯନ୍ତ୍ରଣା ହେଉଥିବା ବେଳେ ଡେଲଟା କ୍ଷେତ୍ରରେ କେବଳ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା । ଡେଲଟା ଅପେକ୍ଷା ଓମିକ୍ରନ ୭୦ ଗୁଣ ଅଧିକ ସଂକ୍ରମଣ ହୋଇଥାଏ । ଡେଲଟା ଅପେକ୍ଷା ଓମିକ୍ରମରେ ଫୁସଫୁସ ସଂକ୍ରମଣ ଆଶଙ୍କା ୧୦ ଗୁଣ କମ ହୋଇଥାଏ ।

Get real time updates directly on you device, subscribe now.