fbpx

ଗ୍ଲୋଭ୍‌ସ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ୬ ଜୀବନ୍ତ ଦଗ୍ଧ

Advertisement

ନୂଆଦିଲ୍ଲୀ: ନୂଆବର୍ଷ ପ୍ରାରମ୍ଭରୁ ପୁଣି ଅଘଟଣ । ରବିବାର ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ସ୍ଥିତ ଏକ ଗ୍ଲୋଭ୍‌ସ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୬ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡ ବିଷୟରେ ଖବର ପାଇ ୩ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି ।

ଅଗ୍ନିଶମ ବାହିନୀ ଅଧିକାରୀ ମୋହନ ମୁଙ୍ଗସେଙ୍କ କହିବାନୁଯାୟୀ ରବିବାର ସକାଳ ପ୍ରାୟ ୨ଟା ୧୫ରେ ସେମାନଙ୍କ ନିକଟକୁ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଫୋନ୍ ଆସିଥିଲା । ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ସମ୍ପୂର୍ଣ୍ଣ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । ଭିତରେ ୬ ଜଣ ଶ୍ରମିକ ଫସି ରହିଥିବା ସ୍ଥାନୀୟ ଲୋକ କହିଥିଲେ । ପରେ ଅଗ୍ନିଶମ ବାହିନୀ ପକ୍ଷରୁ ୬ ଜଣ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି । ତେବେ ଶ୍ରମିକମାନେ ଶୋଇଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି । ଏଏନ୍‌ଆଇ ‘ଏକ୍ସ’ରେ ଏକ ଭିଡ଼ିଓ ପୋଷ୍ଟ କରିଛି:

Get real time updates directly on you device, subscribe now.