ମା ତାରିଣୀ ବସ୍ତ୍ରାଳୟ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ସର୍ଟ ସର୍କିଟରୁ ଜଳିଗଲା କୋଟି କୋଟି ଟଙ୍କାର ସାମଗ୍ରୀ

କଳ୍ପନା ସ୍ଥିତ ମା ତାରିଣୀ ବସ୍ତ୍ରାଳୟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । କମ୍ପୁଟର ସର୍ଟ ସର୍କିଟରୁ ଜଳିଗଲା କୋଟି କୋଟି ଟଙ୍କାର ଲୁଗାପଟା ଏବଂ ଆସବାବ ପତ୍ର ।

ଭୁବନେଶ୍ବର: କଳ୍ପନା ସ୍ଥିତ ମା ତାରିଣୀ ବସ୍ତ୍ରାଳୟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । କମ୍ପୁଟର ସର୍ଟ ସର୍କିଟରୁ ଜଳିଗଲା କୋଟି କୋଟି ଟଙ୍କାର ଲୁଗାପଟା ଏବଂ ଆସବାବ ପତ୍ର ।

ବୁଧବାର ବିଲମ୍ବିତ ରାତିରେ ମା ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଗୋଦାମରେ ପ୍ରାୟ କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଥିବା ସୂଚନା ମିଳିଛି ।

ତାରିଣୀ ବସ୍ତ୍ରାଳୟ ଗୋଦାମର ଦୁଇଟି ମହଲା କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡିଛି । ତେବେ ରାତି ପ୍ରାୟ ସାଢେ 10 ଟା ବେଳେ ଗୋଦାମର ସ୍କାଏ ଲାଇଟରୁ ଧୁଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ସେପଟେ ନିଆଁ ଲିଭାଇବାକୁ ଯାଇ ବସ୍ତ୍ରାଳୟର ଜଣେ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । 2 ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ କରିଥିଲା ଅଗ୍ନିଶମ ବାହିନୀ ।