fbpx

(Video)କେମିକାଲ୍ ଫ୍ୟାକ୍ଟ୍ରୀରେ ଭୀଷଣ ଅଗ୍ନିକାଣ୍ଡ ; ୪ ମୃତ, ୩୦ରୁ ଅଧିକ ଗୁରୁତର

Advertisement

ମୁମ୍ବାଇ:ମହାରାଷ୍ଟ୍ର ଥାନେ ଜିଲ୍ଲାରେ ଥିବା ଏକ କେମିକାଲ୍ ଫ୍ୟାକ୍ଟ୍ରୀରେ ଭୀଷଣ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଫ୍ୟାକ୍ଟ୍ରୀ ମଧ୍ୟରେ ବଏଲର ଫାଟିବା କାରଣରୁ ଭୀଷଣ ଜୋରରେ ବିସ୍ଫୋରଣ ହୋଇଥିଲା ଓ ଏଥିରେ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଥିଲେ । ଏହି ଅଗ୍ନିକାଣ୍ଡ ଘଟଣାରେ ଏ ପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଛି ଓ ୩୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ତେବେ ଆହୁରି ବହୁ ଲୋକ ଫ୍ୟାକ୍ଟ୍ରୀ ମଧ୍ୟରେ ଫସି ରହିଥିବାର ଆଶଙ୍କା କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ଏହି ବିସ୍ଫୋରଣ ଥାନେର ଏମଆଇଡିସି ଅଞ୍ଚଳର ଫେଜ୍ ୨ରେ ଥିବା ଓମେଗା କେମିକାଲ୍ ଫ୍ୟାକ୍ଟ୍ରୀରେ ହୋଇଛି । ଫ୍ୟାକ୍ଟ୍ରୀ ମଧ୍ୟରେ ବିସ୍ଫୋରଣ ସେହି ସମୟରେ ହୋଇଛି ଯେତେବେଳେ ବହୁ କର୍ମଚାରୀ ଫ୍ୟାକ୍ଟ୍ରୀରେ କାମ କରୁଥିଲେ । ତେବେ ଟେକନିକାଲ ତ୍ରୁଟି ଯୋଗୁ ବଏଲରରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ତେବେ ଘଟଣା ସଂପର୍କରେ ସୂଚନା ପାଇବା ପରେ ତୁରନ୍ତ ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Get real time updates directly on you device, subscribe now.