fbpx

(Video) ପ୍ରଚାରରୁ ବାରି ହେଉଛି ବିଜେପିର ବିଜୟ!, ”ଲଢେଇ ନୁହଁ ଧାମନଗରରେ ଏକପାଖିଆ ବିଜୟୀ ହେବେ ସୂରଜ”

Advertisement

ଧାମନଗର: ରାଜ୍ୟ ରାଜନୀତି ରେ ବେଶ ଚଂଚକତା ଦେଖାଉଛନ୍ତି ପ୍ରାର୍ଥୀମାନେ। ଯିଏ ଦିନେ ଏସି ରୁମରୁ ବାହାରି ନଥିଲେ ସେ ଆଜି ଭୋଟ ଖଣ୍ଡେ ପାଇଁ ଡୋର ଟୁ ଡୋର ବୁଲି ଗୋଡ ହାତ ତଳେ ପଡି ଭୋଟ ଭିକ୍ଷା କରୁଛନ୍ତି। ତେବେ ସେଭଳି ପ୍ରାର୍ଥିଙ୍କ ପାଇଁ ଗୋଟିଏ ଜବାବ। ବିକାଶ ଏମିତି କରନ୍ତୁ ଯେମିତି ଲୋକ ଆପଣଙ୍କୁ ଝୁରି ହେବେ। କେଵଳ ରାଜନୀତି ନୁହଁ ଲୋକଙ୍କ ସେବା କରିବା ସହ ଲୋକ ସହ ଭଲ କଂନେକ୍ସନ ରଖିବା ଆବଶ୍ୟକ। ଯେମିତି ସମୟ ଆସିଲେ ସହକର୍ମୀ ନୁହେ ସାଧାରଣ ଜନତା ପ୍ରଶଂସା କରିବେ। ସବୁ ମାରି ପୋତି ଖାଇଦେବି ଭାବିଲେ ତୁମେ ବି ତିଷ୍ଠି ପାରିବନି।

ପୁଣି ୫ ବର୍ଷରେ ନିର୍ବାଚନ ହେବ ଆଉ ତୁମ ମୂଳ ଓପାଡି ଫୋପାଡ଼ି ଦେବେ ସାଧାରଣ ଜନତା। ଯଦି ପାରୁଛ ସେମାନଙ୍କ ପାଇଁ କର ଯାହା ପାଇଁ ତୁମେ ଆଜି ପ୍ରାର୍ଥୀ ହେଇ ଠିଆ ହେଇଚ। ହେଲେ ଏମିତି ବି ନେତା ଅଛନ୍ତି ଯିଏ ଲୋକଙ୍କ ସହ ଥିଲେ ଅଛନ୍ତି ଆଉ ରହିବେ ମଧ୍ୟ। ଜନତାଙ୍କ ସୁଖ ଦୁଃଖ , ହାନି ଲାଭ ସବୁଥିରେ ସାଥ ଦେଇଛନ୍ତି। ସେମିତି ଏକ ପାର୍ଥି ଙ୍କ କଥା ଆସନ୍ତୁ ଶୁଣିବା ଲୋକଙ୍କ ମୁହଁରୁ। ସେ ଏମିତି ଜଣେ ପାର୍ଥି ଯିଏକି ବନ୍ୟା ବାତ୍ୟା ସମୟରେ ନିଜେ ପାଣିରେ ପଶି ଲୋକଙ୍କ ପାଖରେ ପହଚନ୍ତି। ସେ ଏମିତି ଜଣେ ବିଧାୟକ ଯାହାଙ୍କ ନମ୍ବର ସମସ୍ତ ଙ୍କ ମୋବାଇଲ ରେ ସେଭ ଅଛି।

ତାଙ୍କ ଦୁଆରୁ କେହି ଖାଲି ହାତରେ ଫେରେନି। ସେ ସମସ୍ତଙ୍କ ସହ କଥା ହୋଇ ସୁବିଧା ଅସୁବିଧା ସମୟରେ ଛିଡା ହୁଅନ୍ତି। ସେ ଆଉ କେହି ନୁହନ୍ତି ସେ ଅତି ପ୍ରିୟ ବିଧାୟକ ସୂର‌୍ୟ୍ୟବଂଶୀ ସୁରଜ। ଏ କଥା ଆମେ କହୁନୁ ଏ କଥା କୁହନ୍ତି ତାଙ୍କ ନିର୍ବାଚନମଣ୍ଡଳୀ ର ସାଧାରଣ ଜନତା। କିଛି ଏମିତି ନିଆରା ସୂର‌୍ୟ୍ୟବଂଶୀ ସୁରଜ। ସବୁ ଧାମନଗର ବାସୀଙ୍କ ପୁଅ ସିଏ। ସେଠି ପାଇଁ ତ ତାଙ୍କ ପାଇଁ ଭୋଟ ମାଗନ୍ତି ମା ମାଉସୀ ଆଉ ଯୁବକ ଠୁ ବୃଦ୍ଧ ସମସ୍ତେ। ତାଙ୍କ ସଭାରେ ନାହିଁ ନଥିବା ଭିଡ। ଆଉ ତାଙ୍କର ଏଇ ଲୋକପ୍ରିୟତା ତାଙ୍କୁ କେବେ ଠୁ ଜିତେଇ ସାରିଛି ବୋଲି କୁହନ୍ତି ତାଙ୍କ ନିର୍ବାଚନମଣ୍ଡଳୀ ଜନତା।

 

Get real time updates directly on you device, subscribe now.