fbpx

୨,୨୦୦ ଟଙ୍କା ଶସ୍ତା ହେଲା ରୂପା, ସୁନା ବି କମିଲା, ଜାଣନ୍ତୁ ଡିଟେଲ୍ସ

Advertisement

ନୂଆଦିଲ୍ଲୀ: ଗୁରୁବାର ଦିନ ଏମସିଏକ୍ସରେ ସୁନା ରୂପା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ରୂପା ଦରରେ ଆଜି ଦୁଇ ହଜାର ଟଙ୍କାରୁ ଅଧିକ ଟଙ୍କା ହ୍ରାସ ଘଟିଛି । ରୂପା ମୂଲ୍ୟ କିଲୋଗ୍ରାମ ପିଛା ୯୧,୦୦୦ ଟଙ୍କା ତଳକୁ ଖସିଛି । ରୂପା ବ୍ୟତୀତ ବାୟଦା ବଜାରରେ ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି ଏବଂ ଏହା ଗତକାଲି ତୁଳନାରେ ୬୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇ ୭୨ ହଜାର ୪୦୦ ଟଙ୍କା ପାଖକୁ ଆସିଛି ।

ଗୁରୁବାର ୨୩ ମେ ୨୦୨୪ରେ ମାର୍କେଟ ଖୋଲିବା ପରେ ରୂପା ମୂଲ୍ୟରେ ଜବରଦସ୍ତ ହ୍ରାସ ଦେଖିବାକୁ ମିଳିଛି । ବାୟଦା ବଜାରରେ ଆଜି ରୂପା ମୂଲ୍ୟ କିଲୋଗ୍ରାମ ପିଛା ଗତକାଲି ତୁଳନାରେ ୨ ହଜାର ୨୭୪ ଟଙ୍କା ହ୍ରାସ ଘଟି ୯୦ ହଜାର ୭୩୯ ଟଙ୍କା ହୋଇଯାଇଛି । ବୁଧବାର ଦିନ ରୂପା ମୂଲ୍ୟ ୯୩ ହଜାର ୦୧୩ ଟଙ୍କା ଥିଲା ।

ଚାନ୍ଦି ବ୍ୟତୀତ ଏମସିଏକ୍ସରେ ସୁନାର ମୂଲ୍ୟରେ ବି ଜବରଦସ୍ତ ହ୍ରାସ ଦେଖିବାକୁ ମିଳିଛି । ଗୁରୁବାର ଦିନ ଏମସିଏକ୍ସରେ ସୁନା ଗତକାଲି ଅପେକ୍ଷା ୧୦ ଗ୍ରାମ ପିଛା ୬୩୬ ଟଙ୍କା ଶସ୍ତା ହୋଇ ୭୨ ହଜାର ୪୧୦ ଟଙ୍କା ହୋଇଯାଇଛି । ବୁଧବାର ଦିନ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୩ ହଜାର ୦୪୬ ଟଙ୍କା ଥିଲା ।

Get real time updates directly on you device, subscribe now.