fbpx

୪୦ ଫୁଟ କୂଅରୁ ଜୀବନ୍ତ ଉଦ୍ଧାର ହେଲା ଯୁବକ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଆଉ ଥରେ ସାହସ ଓ ସଫଳତାର ପରାକାଷ୍ଠା ଦେଖାଇଛି ରାଜ୍ୟ ଅଗ୍ନିଶମ ବିଭାଗ । ୪୦ ଫୁଟର କୂଅରେ ପଡି ଯାଇଥିବା ଜଣେ ଯୁବକଙ୍କୁ ଜୀବନ୍ତ ଉଦ୍ଧାର କରିବାରେ ସକ୍ଷମ ହୋଇଛି ଅଗ୍ନିଶମ ବିଭାଗ । ଭୁବନେଶ୍ୱରର ଶିଶୁପାଳଗଡ ସ୍ଥିତ କୂଅରେ ଜଣେ ଯୁବକ ପଡିଯାଇଥିବା ନେଇ ଖବର ମିଳିଥିଲା । ଶିଶୁପାଳଗଡର ସୁନୀଲ କୁମାର ବେହେରା ନାମକ ଯୁବକ ଜଣକ କୂଅରେ ପଡିଥିଲେ । ଘଟଣାସ୍ଥଳରେ ପହଞ୍ଚି ଭୁବନେଶ୍ୱର ଅଗ୍ନିଶମ ବିଭାଗର ଅଧିକାରୀ ମାନେ ତାଙ୍କୁ ଉଦ୍ଧାର କରିଥିଲେ ।

Get real time updates directly on you device, subscribe now.