fbpx

ଗ୍ୟାସ ସିଲିଣ୍ଡର ଫାଟିବାରୁ ଗାନ୍ଧୀ ସେତୁ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ: ପୋଲ ନିର୍ମାଣ କମ୍ପାନୀରେ ନିଆଁ

ବିହାର: ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ଯୋଗୁଁ ଏକ ପୋଲ ନିର୍ମାଣ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଦୁର୍ଘଟଣାରେ ଅନେକ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ତେବେ ବିହାର ହାଜୀପୁରର ଗାନ୍ଧୀ ସେତୁ ନିକଟରେ ଘଟିଯାଇଛି ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ବେସ କ୍ୟାମ୍ପ ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇଯାଇଛି ।

ସୂଚନା ଅନୁସାରେ, ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହିଁ ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡର ମୁଖ୍ୟ କାରଣ । ଏହି ଦୁର୍ଘଟଣାରେ ୫୦-୫୫ ସିଲିଣ୍ଡର ଫାଟିଥିବା ବେଳେ ୩-୪ କ.ମି ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣାଯାଇଥିବା ନେଇ ଲୋକମାନେ ଦାବି କରିଛନ୍ତି । ତେବେ ଏସିପି ସିଙ୍ଘଲଙ୍କ ବେସ କ୍ୟାମ୍ପ ସମ୍ପୂଣ୍ଣ ନଷ୍ଟ ହୋଇଯାଇଛି । ତେବେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଜାରି ରଖିଛି ଦମକଳ ବାହିନୀ । ଦୀର୍ଘ ସମୟର ପ୍ରଚେଷ୍ଟା ପରେ ନିଆଁ ଉପରେ ଆୟତ୍ତ କରାଯାଇଥିଲେ ମଧ୍ୟ ଅନେକ ଧନ ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜାଣିବାକୁ ମିଳିଛି ।

ଅଗ୍ନିଶମ ବିଭାଗର ଡିଏସପି ଅଶୋକ କୁମାର କହିଛନ୍ତି ଯେ, ଏହି ଅପରେସନ ପାଇଁ ୭ଟି ଦମକଳ ଗାଡି ନିୟୋଜିତ କରାଯାଇଥିଲା । ତେବେ ଗାନ୍ଧୀ ସେତୁ ସମାନ୍ତରରେ ଏକ ସିକ୍ସ ଲେନ ପୋଲ ନିର୍ମାଣ କରିବା ପାଇଁ ଏସପି ସିଠଘଳ ନାମକ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । ଗଙ୍ଗାବ୍ରିଜ ଥାନା ଅଞ୍ଚଳର ଏକ ବେସ କ୍ୟାମ୍ପରେ ଏହି ଭୟାନକ ଅଗ୍ନିକାଣ୍ଡ ଘଟିଯାଇଛି ।

Get real time updates directly on you device, subscribe now.