fbpx
BJD SKY
BJD SKY

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ପୂରା ପରିବାର: ୩ ଜଣ ଶିଶୁ ସମେତ ପାଞ୍ଚ ଜଣଙ୍କ ମୃତ୍ୟୁ

BJD

ନୂଆଦିଲ୍ଲୀ: ରାଜସ୍ଥାନ ଜୟପୁରରୁ ଏକ ଭୟାନକ ଅଗ୍ନିକାଣ୍ଡ ଘଟିବା ଖବର ସାମ୍ନାକୁ ଆସିଛି । ଏଠାରେ ଏକ ଘରେ ନିଆଁ ଲାଗି ୫ଜଣଙ୍କ ମୃତ୍ୟୁ ଘଟିଛି । ବିଶ୍ୱକର୍ମାର ଜୈସଲ୍ୟା ଗାଁରେ ନିଆଁ ଲାଗିବା ହେତୁ ୩ ଜଣ ଶିଶୁ ସମେତ ୫ଜଣଙ୍କ ମୃତ୍ୟୁ ଘଟିଛି । କେଉଁ କାରଣରୁ ନିଆଁ ଲାଗିଛି ତାହା ଏପର୍ଯ୍ୟନ୍ତ ଜଣାପଡିନି । ସମସ୍ତ ମୃତକ ବିହାରର ବୋଲି କୁହାଯାଉଛି ।

ବିହାରର ଏକ ପରିବାର ରାଜସ୍ଥାନର ଜୈସଲ୍ୟା ଗାଁରେ ଭଡ଼ା ରହୁଥିଲେ । କୁହାଯାଉଛି ଯେ, ରାତିରେ ଯେତେବେଳେ ପରିବାର ଲୋକେ ଶୋଇଥିଲେ, ସେହି ସମୟରେ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ମାତ୍ରାରେ ଲାଗିଯାଇଥିଲା ଯେ, ଲୋକଙ୍କୁ ବାହାର କରାଯାଇପାରିନଥିଲା । ନିଆଁରୁ ବଞ୍ଚିବା ପାଇଁ ସମସ୍ତେ ଘରର ଗୋଟିଏ କୋଣକୁ ଚାଲିଯାଇଥିଲେ । ସମସ୍ତ ଲୋକେ ଜିଅନ୍ତା ଜଳିଯାଇଛନ୍ତି । ପଡୋଶୀଙ୍କ ସୂଚନା ପାଇ ଦମକଳ ବାହିନୀର ସମସ୍ତ ଟିମ ଘଟଣାସ୍ଥଳରେ ପହଁଚିଥିଲେ । ହେଲେ ସେତେବେଳକୁ ପୂରା ପରିବାର ଜଳିଯାଇଥିଲା । ଏଫଏସଏଲର ପୂରା ଟିମ ମଧ୍ୟ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.