fbpx

ମାର୍କେଟ ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ରାତିରେ ମାର୍କେଟ ବିଲଡିଂରେ ପୁଣି ଏକ ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା । ଏକ ଶୋ’ରୁମର ପ୍ରଥମ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିଥିଲା । ତେବେ ଉକ୍ତ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ବେଳେ କାହାର କିଛି କ୍ଷତି ହୋଇନଥିଲା ।

ରାତି ୧୦ଟା ସମୟରେ ଦୋକାନରେ ନିଆଁ ଲାଗିବା ନେଇ ପାଖ ଦୋକାନୀ ଫୋନ କରି ଜଣାଇଥିଲେ । ଏହାପରେ ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ । ପାଖାପାଖି ଦୁଇ ଘଣ୍ଟା ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିଥିଲେ । ଶର୍ଟ ସର୍କିଟ୍ କାରଣରୁ ଉକ୍ତ ନିଆାଁ ଲାଗିଥିବା ଜଣାପଡ଼ିଥିଲା ।

ସୂଚନାଯୋଗ୍ୟ ଯେ, ଗତ ଜୁନ ମାସରେ ମାର୍କେଟ ବିଲ୍ଡିଂ ସ୍ଥିତ କେଶରୀ ମଲରେ ମଧ୍ୟ ଏକାଧିକ ବାର ନିଆଁ ଲାଗିଥିଲା । ମଲର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ମଲରେ ଧୂଆଁମୟ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ଜନସାଧାରଣଙ୍କ ପାଇଁ ମଲକୁ ବନ୍ଦ ରଖାଯାଇଥିଲା । ଖବରପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା ।

Get real time updates directly on you device, subscribe now.