fbpx

ଆଖି ବୁଜିଲେ ବ୍ରିଟେନ୍ ମହରାଣୀ ଏଲିଜାବେଥ୍ ଦ୍ଵିତୀୟ: ୯୬ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ: ଘଟିଲା ଏକ ଲମ୍ବା ରାଜତନ୍ତ୍ର ଅନ୍ତ। ଆଖିବୁଜିଲେ ବ୍ରିଟେନ ମହାରାଣୀ ଏଲିଜବେଥ ଦ୍ଵିତୀୟ। ଗୁରୁବାର ଅପରାହ୍ନରେ ସ୍କଟଲାଣ୍ଡରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମହାରାଣୀ ଏଲିଜାବେଥ୍ ଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପଡ଼ିଥିବା ନେଇ ଖବର ଆସିଥିଲା । ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଥିଲେ। ତେବେ ଅପରାହ୍ନ ରେ ମହାରାଣୀଙ୍କର ମୃତ୍ୟୁ ହୋଇଛି। ଏନେଇ ବକିଘଂମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ମୁତାବିକ, ଆଜି ସକାଳେ ଯାଞ୍ଚ ପରେ ଡାକ୍ତର ତାଙ୍କ ସ୍ଥ୍ୟାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଥିଲେ ଏବଂ ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବାକୁ କହିଥିଲେ । ସେହିଭଳି ବ୍ରିଟେନ୍ ର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ କହିଛନ୍ତି ଯେ ପୂରା ଦେଶ ଏହି ଖବରକୁ ନେଇ ଚିନ୍ତିତ । ସେ ଆହୁରି କହିଥିଲେ ଯେ ବର୍ତ୍ତମାନ ପୂରା ଦେଶ ମହାରାଣୀ ଏବଂ ତାଙ୍କ ପରିବାର ସହ ଅଛନ୍ତି ।

Get real time updates directly on you device, subscribe now.