fbpx
BJD SKY
BJD SKY

ଚଳନ୍ତା ସ୍କୁଲ ବସରେ ଅଗ୍ନିକାଣ୍ଡ: ସ୍କୁଲ ଯିବା ବାଟରେ ଟାୟାରରୁ ବାହାରିଲା ନିଆଁ

BJD

କୋଣାର୍କ: ପିଲାଙ୍କୁ ନେଇ ଯିବା ବାଟରେ ଘରୋଇ ସ୍କୁଲ ବସରେ ଅଗ୍ନିକାଣ୍ଡ ଘଟିଯାଇଛି । ଗୋପ ବାୟାକୁଦା ଛକ ନିକଟରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲକୁ ଯିବା ବାଟରେ ହଠାତ୍ ଗାଡ଼ି ଟାୟାର ନିକଟରୁ ଧୂଆଁ ବାହାରୁତିବାର ଦେଖିବାକୁ ମିଳିଛି । ତେବେ ଏଭଳି ଘଟଣା ଦେଖି ସଙ୍ଗେ ସଙ୍ଗେ ପିଲାମାନଙ୍କୁ ବସରୁ ଓହ୍ଲାଇ ଦିଆଯାଇଛି । ଏହାପରେ ବସରେ ଲାଗିତିବା ନିଆଁକୁ ଲିଭାଇବା କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ବର୍ତ୍ତମାନ ମିଳିଥିବା ଖବର ଅନୁସାରେ, ବସଟିରେ ଲାଗିଥିବା ଏହି ନିଆଁକୁ ଆୟତ୍ତ କରିବାରେ ସଫଳତା ମିଳିଛି । ତେବେ ନିଆଁ ଲାଗିବା ପୂର୍ବରୁ ବସରେ ଯାଉଥିବା ସମସ୍ତ ପିଲାମାନଙ୍କୁ ସୁରକ୍ଷିତ ଭାବରେ ବସରୁ ବାହାର କରି ଦିଆଯାଇଥିଲା । ତେଣୁ ପିଲାମାନେ ଏବେ ସୁରକ୍ଷିତ ଅବସ୍ଥାରେ ରହିଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.